ତିଥି ଓ ପର୍ବ–ଦିବସ: ଆଜି ଫାଲ୍ଗୁନ କୃଷ୍ଣ ନବମୀ ଦିବା ୦୪:୪୭:୨୭ ଗତେ ଦଶମୀ ତିଥି। ଧନୁଚନ୍ଦ୍ର ଅହୋରାତ୍ର। ମୂଳା ରାତ୍ରି ୦୮:୫୯:୩୦ ଗତେ ପୂର୍ବାଷାଢ଼ା ନକ୍ଷତ୍ର। ଅନ୍ଵଷ୍ଟକା ଶ୍ରାଦ୍ଧ। କର୍ମବୀର ଗୌରୀଶଙ୍କରଙ୍କ ତିରୋଧାନ ଦିବସ (ତା୦୭-୦୩-୧୯୧୭)। ପରମହଂସ ଯୋଗାନନ୍ଦଙ୍କ ମହାପ୍ରୟାଣ ଦିବସ (ତା୦୭-୦୩-୧୯୫୨)। ନବମୀ ତିଥିରେ ଲାଉ ଏବଂ ଦିବା ୦୪:୪୭:୨୭ ଗତେ ଦଶମୀ ତିଥିରେ କଳମଶାଗ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।