ଆଜିର ରାଶିଫଳ ଶୁକ୍ରବାର ୦୯ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ । ମହିଳା ମାନେ ନିଜକୁ ଘରର କୌଣସି କାମରେ ବ୍ୟସ୍ତ ରଖିବେ । ଆପଣ କୌଣସି କାମକୁ ସମୟ ଅନୁସାରେ ପୂରଣ କରିବାକୁ ଚେଷ୍ଟା କରିବେ । କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ସନ୍ତାନ ମାନକ ଯୋଗୁ କୌଣସି ଖୁସି ଖବର ମିଳିପାରେ । ନିଜକୁ କୌଣସି ଠକ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଆପଣ ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ କଟାଇବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଧନ ହାନି ହେବାର ଯୋଗ ରହିଛି । ସେଥି ପାଇଁ ନିଜକୁ ସତର୍କ ରଖନ୍ତୁ । ଆଜି ଆପଣଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ପଡିବ । ଅଫିସରେ ନିଜ ଆହା କର୍ମୀ ଓ ଅଧିକାରୀଙ୍କ ସହ ଯୋଗ ମିଳିବ । ସନ୍ତାନ ମାନଙ୍କ ପାଇଁ ଆପଣ ବ୍ୟସ୍ତ ବିବ୍ରତ ରହିବେ । ମହିଳା ମାନେ ଘରର ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ । ଛାତ୍ରମାନେ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।
ସିଂହ: ଏହି ରାଶିର ଲୋକମାନଙ୍କର ଦିନଟି ବହୁତ ଭଲ ରହିବ । ପରିବାରର ମାହୋଲରେ କିଛି ନୂଆ ପରିବର୍ତ୍ତନ ଆସିବ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ମହାନ ବ୍ଯକ୍ତିର ଭେଟ ମିଳିପାରେ । ବ୍ୟବସାୟୀ ମାନଙ୍କର ଭଲ ଲାଭ ହେବ । ଆଜି ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ନିଜକୁ ଧନ୍ଯ ମନେ କରିବେ । ନିଜ ପ୍ରିୟଜନ ମାନଙ୍କ ସହ ଯୋଗ ଆପଣଙ୍କୁ ମିଳିପାରେ । ଦାମ୍ପତ୍ୟ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ। ଯାହା ଫଳରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । ଆଜି ଆପଣ ମିଠା ବଚନ କହି ଅନ୍ୟ ଆଗରେ ପ୍ରଶଂସାର ପାତ୍ର ହେବେ ।
ତୁଳା:ଏହି ରାଶିର ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ମାତା ପିତାଙ୍କର ସହ ଯୋଗ ଆପଣଙ୍କୁ ମିଳିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ଚାକିରି କରିଥିବା ଲୋକମାନେ ନିଜ ସହ କର୍ମୀ ଓ ଅଧିକାରୀଙ୍କ ସମର୍ଥନ ପାଇବେ । କୌଣସି ଅନୁଭବି ଲୋକଙ୍କ ଠାରୁ ଉପଦେଶ ମିଳିପାରେ । ସନ୍ତାନ ମାନଙ୍କ ଯୋଗୁ ଆଜି ଆପଣ କୌଣସି କ୍ଷେତ୍ରରୁ ଖୁସି ଖବର ପାଇ ପାରନ୍ତି । ଅଧିକ ପରିଶ୍ରମ କରି କମ ସଫଳତା ମିଳିବାରୁ ଆପଣ ନିରାଶ ରହିବେ ।
ଧନୁ: ଏହି ରାଶିର ଲୋକମାନେ କୌଣସି ସମାରୋହରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନ ଆନଦ ନେବେ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଆପଣଙ୍କର ଧନ ଲାଭର ଯୋଗ ରହିଛି । ନିଜ ସାଥି ମାନଙ୍କ ସହ ନୂଆ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ନିଜ ଠାରୁ ବଡ ଗୁରୁଜନ ମାନକ ଆଶୀର୍ବାଦ ନେଇ ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।
କୁମ୍ଭ:ଏଏହି ରାଶିର ଲୋକମାନଙ୍କର ଦିନଟି ଖୁସିରେ ରହିବ । ଦାଂପତ୍ଯ ଜୀବନରେ ପ୍ରେମ ଆସିବା ସହ ସମ୍ପର୍କରେ ମଧୁରତା ମଧ୍ୟ ଆସିପାରେ । ପରିବାରରେ ଖୁଶିର ମାହୋଲ ରହିବ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । କୌଣସି ଠକ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଆଜି ଆପଣ ସନ୍ତାନ ମାନଙ୍କ ପାଇଁ ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜକୁ ସତର୍କ ରଖନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...