ଆଜିର ରାଶିଫଳ ମଙ୍ଗଳବାର ୧୩ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ରହିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । ଯାହା ଫଳରେ ଆପଣଙ୍କ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଆପଣଙ୍କ ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ । ସେଥି ପାଇଁ ସତର୍କ ରୁହନ୍ତୁ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ମତଭେଦ ସୃଷ୍ଟି ହୋଇପାରେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସନ୍ତାନ ମାନଙ୍କ ପାଇଁ ଆଜି ଆପଣ କୌଣସି କ୍ଷେତ୍ରରୁ ଖୁସି ଖବର ପାଇ ପାରିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକମାନେ କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଯାହା ଫଳରେ ଆପଣଙ୍କ ଦାଂପତ୍ଯ ଜୀବନରେ ସୁଖ ଶାନ୍ତି ଆସିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ ଯାହା ଫଳରେ ସେମାନେ ସଫଳ ମଧ୍ୟ ହେବେ । ଆଜି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଆପଣ ଅସୁବିଧାରେ ପଡି ପାରନ୍ତି । ମାତା ପିତାଙ୍କର ଆଶୀର୍ବାଦ ଆପଣଙ୍କ ଜୀବନରେ ସଫଳତା ଆଣିଦେଇ ପାରିବ । ଧନ ଲାଭର ଯୋଗ ରହିଛି । ନିଜ ସାଥି ମାନଙ୍କ ସହ ଭଲ ସମୟ ବିତାଇବାର ମୌକା ଆଜି ଆପଣଙ୍କୁ ମିଳିପାରେ ।
ସିଂହ: ଏହି ରାଶିର ଲୋକମାନେ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଯାହା ଫଳରେ ଦାଂପତ୍ଯ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ମହିଳା ମାନେ ନିଜ ପାଇଁ କିଛି ନୂଆ ଜିନିଷ କିଣି ପାରନ୍ତି । ଆଜି ଆପଣ କୋଣସି ମାଙ୍ଗଳିକ ପୂଜାରେ ଯୋଗ ଦେଇ ନିଜକୁ ଧନ୍ଯ ମନେ କରିବେ । ଅଫିସରେ ନିଜ ସହ କର୍ମୀ ଓ ବଡ ଅଧିକାରୀ ମାନଙ୍କର ସମର୍ଥନ ମିଳିପାରେ । ଛାତ୍ର ମାନେ ନିଜ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରାଇବାକୁ ପଡିବ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ସମସ୍ତଙ୍କ ସହ ମଧୁର ବଚନରେ କଥା ହେବାକୁ ପ୍ରୟାସ କରନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସାହାଜ୍ଯ ଆଜି ଆପଣଙ୍କୁ ମିଳିପାରେ ।
ତୁଳା: ଏହି ରାଶିର ଲୋକମାନେ ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ପାଇବେ । ସନ୍ତାନ ମାନଙ୍କର ପାଠ ପଢାରେ ଉନ୍ନତି ହେବ । ଆଜି ଆପଣଙ୍କ ଘରେ ସୁଖ ଶାନ୍ତି ରହିବ । ଚାକିରି କରିଥିବା ବ୍ୟକ୍ତିଙ୍କୁ ଉଚ୍ଚ ପଦ ମିଳିବାର ଆଶଙ୍କା ରହିଛି । କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଶତ୍ରୁ ମାନେ ଆପଣଙ୍କର କୌଣସି କ୍ଷତି କରିବାକୁ ଚେଷ୍ଟା କରିବେ । ସେଥି ପାଇଁ ଧ୍ୟାନ ଦିଅନ୍ତୁ ।
ଧନୁ:ଏହି ରାଶିର ଲୋକମାନେ ନିଜ ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସହ ଆପଙ୍କର ଭଲ ସମ୍ଭଧ ରହିବ । ଯାହା ଫଳରେ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିଦେବ । ସମାଜରେ ଆପଙ୍କ ମାନ ସମାନ ବୃଦ୍ଧି ହେବ । ସେଥି ପାଇ ଆପଣ ସବୁ କ୍ଷେତ୍ରରେ ସଫଳ ହେବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ମାତା ପିତାଙ୍କର ଆଶୀର୍ବାଦ ଆପଣଙ୍କ ଜୀବନରେ ନୂଆ ଉନ୍ନତି ଆଣିଦେବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ ।
କୁମ୍ଭ: ଏହି ରାଶିର ଲୋକମାନେ ନିଜ ପରିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଆଜି ଆପଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । ଆପଙ୍କ ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଭଲ ସମ୍ଭନ୍ଧ ରହିବ । ଛାତ୍ର ମାନଙ୍କ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାର ଆଶଙ୍କା ରହିଛି । ନିଜ ଜୀବନ ସାଥିଙ୍କ ସହ କୌଣସି କାରଣରୁ ମନାନ୍ତର ହୋଇପାରେ । ସେଥି ପାଇଁ ନିଜ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...