ମୋଦୀଙ୍କୁ କେଜ୍ରିୱାଲଙ୍କ ନିବେଦନ: କଠୋର ପଦକ୍ଷେପ ନିଅନ୍ତୁ, ବିମାନରେ ଆଣନ୍ତୁ ଅକ୍ସିଜେନ୍‍, ପ୍ଲାଣ୍ଟରେ ନିୟୋଜିତ ହୁଅନ୍ତୁ ସେନା

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପରେ ଏବେ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନର ଅଭାବ ଦେଖାଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଶୁକ୍ରବାର ବୈଠକ କରିଛନ୍ତି। ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ଥିଲେ।

ବୈଠକରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଆପଣ ରାଜ୍ୟଗୁଡ଼ିକୁ କୁହନ୍ତୁ ସେମାନେ ଅକ୍ସିଜେନ୍‍ ଟ୍ରକ୍‍ଗୁଡ଼ିକୁ ଅଟକାଇବେ ନାହିଁ। ସେ ପୁନଶ୍ଚ କହିଛନ୍ତି, ସାର୍‍ ଯଦି ଆପଣ କହିବେ ତାହେଲେ ସେମାନେ ଅକ୍ସିଜେନ୍‍ ଯୋଗାଣ ବନ୍ଦ କରିବେ ନାହିଁ। ମୁଖମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଆମେ ଏମିତି ଲୋକଙ୍କୁ ମରିବା ପାଇଁ ଛାଡ଼ିପାରିବୁ ନାହିଁ। ଯଦି କଠୋର ପଦକ୍ଷେପ ନିଆ ନ ଯାଏ, ତାହେଲେ ଦିଲ୍ଲୀ ଅବସ୍ଥା ଶୋଚନୀୟ ହୋଇଯିବ।

Comments
Loading...