ମନ୍‌ କୀ ବାତ୍‌ରେ ମୋଦୀଙ୍କ ଘୋଷଣା; ଜାରି ରହିବ ମାଗଣା ଟିକା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନାରୁ ରକ୍ଷା ପାଇବା ଏବଂ ସଂକ୍ରମଣର ମୁକାବିଲା ପାଇଁ ଜାରି ରହିଥିବା ପ୍ରସ୍ତୁତି ଉପରେ ଆଲୋଚନା କରିଛନ୍ତି। କରୋନାକୁ ନେଇ ଦେଶବାସୀଙ୍କୁ ସଚେତନ କରିବା ଏବଂ ସେମାନଙ୍କ ମନରୁ ଭୟ ଦୂର କରିବା ଲାଗି ଡାକ୍ତର, ନର୍ସ, ଆମ୍ବୁଲାନ୍ସ କର୍ମଚାରୀ ଏବଂ କରୋନାକୁ ପରାଜିତ କରିଥିବା ରୋଗୀମାନଙ୍କ ସହିତ କଥା ହୋଇଛନ୍ତି। ଏହା ସହିତ ସେ ଟିକାକୁ ନେଇ ଅପପ୍ରଚାର ନ କରିବା ଲାଗି ପରାମର୍ଶ ଦେବା ସହିତ ସରକାରଙ୍କ ପକ୍ଷରୁ ଚାଲିଥିବା ମାଗଣା ଟିକା ଅଭିଯାନ ଜାରି ରହିବ ବୋଲି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ଆରମ୍ଭ କରି କହିଥିଲେ, ଆଜି ମୁଁ ଆପଣଙ୍କ ସହିତ ମନ କୀ ବାତ୍‌ ଏପରି ଏକ ସମୟରେ କରୁଛି, ଯେତେବେଳେ କରୋନା ଆମ ସମସ୍ତଙ୍କ ଧୈର୍ଯ୍ୟ, ଆମ ସମସ୍ତଙ୍କ ଦୁଃଖ ସହ୍ୟ କରିବାର ସୀମାର ପରୀକ୍ଷା ନେଉଛି। ବହୁତ ନିଜ ଲୋକ ଆମକୁ ଅସମୟରେ ଛାଡ଼ି ଚାଲିଗଲେ। ସେ କହିଥିଲେ, କରୋନାର ପ୍ରଥମ ତରଙ୍ଗକୁ ସଫଳତାର ସହିତ ମୁକାବିଲା କରିବା ପରେ ଦେଶ ଆତ୍ମବିଶ୍ବାସରେ ଭରପୂର ରହିଛି। କିନ୍ତୁ ୨ୟ ତରଙ୍ଗ ଦେଶକୁ ଦୋହଲାଇ ଦେଇଛି।

Comments
Loading...