ପୋଲିସ SI ଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ବିଜାପୁର ଜିଲ୍ଲା ପାଲନାର ଗ୍ରାମରୁ ପୋଲିସ SI ମୁରଲୀ ତାତିଙ୍କୁ ମାଓବାଦୀ ମାନେ ଗତ ଏପ୍ରିଲ 21 ତାରିଖ ଦିନ ଅପହରଣ କରିଥିଲେ । ଅପହରଣର କିଛିଦିନ ପରେ ମାଓବାଦୀ ମାନେ SI ମୁରଲୀ ତାତିଙ୍କୁ ହତ୍ୟା କରିଛନ୍ତି l SI ଙ୍କୁ ହତ୍ୟା ପରେ ତାଙ୍କ ମୃତ ଦେହକୁ ଛତିଶଗଡ଼ ବିଜାପୁର କୁସୁମପାରା ନିକଟରୁ ଉଦ୍ଧାର କରାଯାଇଛି l SI ମୁରଲୀ ଛୁଟିରେ ନିଜର ଘରକୁ ଯାଇଥିଲେ l ଗାଁ ନିକଟରେ ଏକ ମେଳାରୁ ଫେରୁଥିବା ବେଳେ SI ଙ୍କୁ ଅପହରଣ କରିଥିଲେ ମାଓବାଦୀ l ସୂଚନା ଅନୁସାରେ ପୋଲିସ SI ମୁରଲୀ ତାତି ଜଗଦଲପୁରରେ କାର୍ଯ୍ୟ କରୁଥିଲେ । SI ଙ୍କ ଅପହରଣ ନେଇ ବିଜାପୁର ଏସପି କମୋଲୋଚନ କଶ୍ୟପ ସୂଚନା ଦେଇଥିଲେ ।

Comments
Loading...