କଂସେଇ ମାନଙ୍କ କବଳରୁ ୪୦ରୁ ଉର୍ଦ୍ଧ୍ବ ଗୋମାତାଙ୍କୁ ଉଦ୍ଧାର କରାଗଲା

କୋଶଲ ନ୍ୟୁଜ୍ ବ୍ୟୁରୋ : ଗୋ ସୁରକ୍ଷା ଲାଗି ରହିଛି ଅନେକ ନୀତି ନିୟମ ହେଲେ ଗୋ ମାଫିଆ ଙ୍କ ଦ୍ୱାରା ଏହାର ଅଣଦେଖା କରାଯାଇ ସହ ସହ କିଲୋମିଟର ଭୋକ ଉପାସରେ ଗାଈ ଗୋରୁଙ୍କୁ ଚଲେଇ ଚଲେଇ ନେଉଥିବା ଦେଖିବାକୁ ମିଲିଛି l  

ସୂଚନା ଅନୁସାରେ କଳାହାଣ୍ଡି ରୁ ଛତିଶଗଡ ଚାଲାଣ ହେଉଥିବା ବେଳେ ଝରୀଗାଁ ରେ ଧରାପଡିଥିଲେ l ତେବେ ଚାଳିଶି ଗୋଟି ଗୋମତାଙ୍କୁ ଦିର୍ଘବାଟ ଚଲେଇ ଚଲେଇ ନେଉଥିବା ବେଳେ ଝରୀଗାଁ ଠାରେ ବିଶ୍ୱହିନ୍ଦୁ ପରିଷଦ ର ଯୁବକ ମାନେ ଅଟକାଇ ପଚରା ଉଚରା କରି ଥିଲେ, 
ଗୋ ଚାଲାଣ କରୁଥିବା ଚାରିଜଣ ଙ୍କ ନିକଟରେ କୌଣସି କାଗଜ ପତ୍ର ନଥିବା ସ୍ଥଳେ ସେମାନେ ଗୋରୁ ଙ୍କୁ ଘଟଣା ସ୍ଥଳରେ ଛାଡି ଛୁ ମାରିଦେଇଥିଲେ l ଶେଷରେ ପୋଲିସ କୁ ଘଟଣା ସମ୍ପର୍କରେ ଖବର ଦେଇ ଉକ୍ତ ଗୋରୁ ଙ୍କୁ ଏକମ୍ବା ଗୋଶାଳାରେ ସେବାଯତ୍ନ କରି ରଖାଯାଇଛି l *ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ହିନ୍ଦୁ ମହାସଂଘର ପ୍ରମୁଖ ଜୟନ୍ତ କୁମାର ପାତ୍ର ବିଶ୍ବହିନ୍ଦୁ ପରିଷଧ ର ଭାଇମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି* ।ଏ ସମ୍ପର୍କରେ ଝରୀଗାଁ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ଦିଆଯାଇଛି l ତେବେ ଏହି ଅଂଚଳଦେଇ ପ୍ରତିଦିନ ସହ ସହ ଗାଈ ଚୋରା ଚାଲାଣ ହେଉଥିବା ବେଳେ ଦିନକୁ ଦିନ ଗୋ ମାଫିଆ ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି l ତେଣୁ ଗୋ ସୁରକ୍ଷା ଆଇନ କୁ ବେଖାତିର କରି ଗୋଚାଲାଣ କରୁଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଅଞ୍ଚଳବାସି l ତେବେ ଝରୀଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଏହାର ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି l
Comments
Loading...