ପୁଲଓ୍ବାମା ରେ ଶହୀଦ ହୋଇଥିବା ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ : ହିନ୍ଦୁ ମହାସଂଘ

କୋଶଲ ନ୍ୟୁଜ୍ ବ୍ୟୁରୋ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ରେ ୨୦୧୯ ଫେବୃଆରୀ ୧୪ ରେ ସି.ଆର୍.ପି.ଏଫ୍. ୪୦ରୁ ଉର୍ଦ୍ଧ୍ବ ଯବାନ ଶହୀଦ ହୋଇ ଥିଲେ। ଦ୍ଵିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ହିନ୍ଦୁ ମହାସଂଘ ପକ୍ଷରୁ ଡାବୁଗାଁ ତ୍ରୀନାଥ ମନ୍ଦିର ରେ ଏକ ବିଶେଷ ପୂଜା ର ଆୟୋଜନ କରା ଯାଇଥିଲା। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ସୂର୍ଯ୍ୟବଂଶୀ ଯୁବକ ସଂଘ ସଭାପତି ବିଶ୍ଵ ରଞ୍ଜନ ପାତ୍ର, ତ୍ରୀନାଥ ମନ୍ଦିର ପରିଚାଳନା କମିଟି ସଭାପତି ତ୍ରୀନାଥ ସିଂ, ଡମ୍ବରୁ ନାୟକ,ଦେବ ନାୟକ,ସୀମାଞ୍ଚଳ ଜେନା, ସଦନ ସଉରା, ଜଗନ୍ନାଥ ସିଂ,କାଳୁ ଚରଣ ବେହେରା, କୁନା ଭାଟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। 

ଶହୀଦ ଯବାନଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା, ଭଗବାନ ଙ୍କ ନିକଟରେ ଅମର ଆତ୍ମା ଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ନାମ ସଂକୀର୍ତ୍ତନ ମଧ୍ୟ କରାଯାଇଥିଲା। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚନା ଦେଇ କହିଥିଲେ ଯେ, ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।ପାକିସ୍ଥାନ ର ଧ୍ବଂସ ଏବଂ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ହିଁ ଶହୀଦ ମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ। ଯୁବକ ମାନେ ସୈନିକ ହେବା ପାଇଁ ଆଗ୍ରହୀ ହେବା ଉଚିତ । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ହିନ୍ଦୁ ମହାସଂଘ ପକ୍ଷରୁ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 
Comments
Loading...