ବିଜୁ ଛାତ୍ର ଜନତା ଦଳର କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ବିଜେତା ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ପୁରସ୍କୃତ

କୋଶଲ ନ୍ୟୁଜ୍ ବ୍ୟୁରୋ : ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀଣୀରେ ହୋଇଥିବା ସର୍ବଶ୍ରେଷ୍ଠ ୧୦ଜଣ ବିଜେତାଙ୍କୁ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେମାନଙ୍କୁ ନବୀନ ନିବାସରେ ପୁରସ୍କୃତ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ପୁରସ୍କାର ସମାରୋହରେ ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ଯୁବ ସଭାପତି ଡ଼ଃ ବ୍ୟୋମକେଶ ରାୟ ଏବଂ ରାଜ୍ୟ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ଦେବୀରଂଜନ ତ୍ରିପାଠୀ ଉପସ୍ଥିତଥିଲେ । 

ଶେଷରେ ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ଠାକୁର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
Comments
Loading...