ମହାମାରୀ କରୋନା ପ୍ରକୋପରୁ ମୁକ୍ତି ପାଇଁ ମହିମା ଅଲେଖ ଯଜ୍ଞ କଲେ ଗ୍ରାମବାସି

ନବରଙ୍ଗପୁର (କୋଶଲ ନ୍ୟୁଜ୍ ବ୍ୟୁରୋ ) 03/12/2020 –
 ବୁଧବାର ଦିନ ତାଲବେଡା ଗ୍ରାମରେ ସନ୍ଦିଡଙ୍ଗରି ଓ ତାଲବେଡା ଦୁଇଟି ଗ୍ରାମର ମିଲିତ ଉଦ୍ୟମରେ ମହାମାରୀ କରୋନା ପ୍ରକୋପରୁ ମୁକ୍ତି ପାଇଁ ମହିମା ଅଲେଖ ଯଜ୍ଞ କଲେ ଗ୍ରାମବାସି । 
ଏହିି ଯଜ୍ଞ ରେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ମଧ୍ୟ ଯୋଗ ଦେଇଥିଲେ ଏବଂ ପୂଜାର୍ଚ୍ଚନା ପରେ ଗ୍ରାମବାସି ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ । 

ଯେଭଳି ଆଜିକୁ ଚାରିବର୍ଷ ହେବ ଏହି ଦୁଇ ଗ୍ରାମରେ ଗ୍ରାମ ବାସି ମାନେ ଗୋଟିଏ ମଧ୍ୟ ସରକାରୀ ଯାଜନାରେ ଘର ଖଣ୍ଡେ ବି ପାଇ ନାହାନ୍ତି , ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଣିର ସମସ୍ୟା ସମାଧାନ ହୋଇ ପାରୁନି, ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଯାହାକି ଡାବୁଗାଁ ଶିକ୍ଷା ବିଭାଗର ମୁଖ୍ୟ ବିଇଓ ପ୍ରଶାନ୍ତ କୁମାର ହୋତା ଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଇଥିବା ଗ୍ରାମବାସୀ ମାନେ ଲିଖିତ ଭାବରେ ବିଧାୟକଙ୍କୁ ଜଣାଇଥିଲେ ।ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍
Comments
Loading...