କୁଡ଼ସୁଡ଼ ରେ ଆଚାର୍ଯ୍ୟଶ୍ରୀ ମହାଶ୍ରମଣ ଙ୍କ ୧୨ ତମ ପଦାଭିଷେକ ଦିବସ

ପରମ ପୂଜ୍ୟ ଆଚାର୍ଯ୍ୟଶ୍ରୀ ମହାଶ୍ରମଣଜୀ ଙ୍କ ଶିଷ୍ୟ ମୁନିଶ୍ରୀ ଜିନେସ କୁମାରଙ୍କ ସାନିଧ୍ୟ ରେ କୁଡ଼ସୁଡ଼ ତେରାପଂଥ ଭବନରେ ମହାଶ୍ରମଣଙ୍କ ୧୨ ତମ ପଦାଭିଷେକ ଦିବସ ଅଭ୍ୟର୍ଥନା ରୁପେ ପାଳନ କରାଯାଇଛି । ଏହି ଅବସରରେ ମୁନିଶ୍ରୀ ଜିନେସ କୁମାର କହିଥିଲେ ଯେ ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସର୍ବୋପରି ସ୍ଥାନ ଅଟେ । ଗୁରୁଙ୍କୁ ପାରସମଣୀର ଆଖ୍ୟା ଦିଆ ଯାଇଛି । ଆମେ ସୌଭାଗ୍ୟଶାଳୀ ଯେ ଆମକୁ ମହାଶ୍ରମଣ ଭଳି ଗୁରୁ ମିଳିଛି । ଆଚାର୍ଯ୍ୟଶ୍ରୀ ମହାଶ୍ରମଣ ଭାରତୀୟ ସଂସ୍କୃତିରେ ଉଜ୍ବଳ ନକ୍ଷତ୍ର ଅଟନ୍ତି । ଆଜିର ଦିନରେ ସେ ସରଦାରସହରରେ ଆଚାର୍ଯ୍ୟ ପଦ ଗ୍ରହଣ କରିଥିଲେ । ତାଙ୍କର କୁଶଳ ଶାସନ ସଙ୍ଘ ପାଇଁ ନିରନ୍ତର ଗତି ପ୍ରଗତି କରୁଅଛି । ଆଚାର୍ଯ୍ୟ ହେଲାପରେ ସଂଘକୁ ନୂଆ ନୂଆ ଅବଦାନ ଦେଇଛନ୍ତି । ସେ ଭିତରେ ଅହିଂସାଯାତ୍ରା , ଶନିବାର ସାମାୟିକ ପ୍ରମୁଖ ଅଟେ । ମହାଶ୍ରମଣ କୀର୍ତ୍ତିମାନ ର ଦେବତା ବୋଲି ମୁନି ପରମାନନ୍ଦ ପ୍ରକାଶ କରିଥିଲେ । ଏହି ଦିବସ ଉପଲକ୍ଷେ ମୁନି କୁଣାଲ କୁମାର ଏକ ସୁନ୍ଦର ଗୀତ ପରିବେଷଣ କରିଥିଲେ

ଏହି ଅବସରରେ ଓଡ଼ିଶା ପ୍ରାନ୍ତୀୟ ସଭା ଅଧ୍ୟକ୍ଷ ମୁକେଶ ଜୈନ , ପୂର୍ବ ଅଧ୍ୟକ୍ଷ ଛତ୍ରପାଳ ଜୈନ , ଉପାଧ୍ୟକ୍ଷ ଗୋବିନ୍ଦ ଜୈନ , କୋଷାଧ୍ୟକ୍ଷ ସୁଦର୍ଶନ ଜୈନ , ସହ ସମ୍ପାଦକ ସୁନିଲ ଜୈନ , ମହାସଭା ପ୍ରଭାରୀ କେଶବ ନାରାୟଣ ଜୈନ , କୁଡ଼ସୁଡ଼ ଓ କୋତମରା ସଭା ଅଧ୍ୟକ୍ଷ ଜୟଭାଗବନ ଜୈନ , ସିନ୍ଧେକେଲା ସଭା ଅଧ୍ୟକ୍ଷ ମାଣିକ ଚନ୍ଦ ଜୈନ , ବୋରଡା ସଭା ପୂର୍ବ ଅଧ୍ୟକ୍ଷ ଜଗଦୀଶ ଜୈନ , ଇଶିକା ଜୈନ , ରାଜେଶ ଜୈନ , ସ୍ନେହା ଜୈନ , ଲବ୍ଧି ଜୈନ , ଖୁସି ଜୈନ ପ୍ରମୁଖ ଅଭିବନ୍ଦନା ଦିବସ ଉପରେ ମତବ୍ୟକ୍ତ କରିଥିଲେ । ମୁନିଶ୍ରୀ ପରମାନନ୍ଦ ମଞ୍ଚ ପରିଚାଳନା କରିଥିବାବେଳେ ଶୀତଳ ଜୈନ ସ୍ୱାଗତ ଗୀତ ପରିବେଷଣ କରିଥିଲେ ଓ ଯୁବକ ପରିଷଦ ସଭାପତି ମନୋଜ ଜୈନ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଆଚାର୍ଯ୍ୟ ମହାଶ୍ରମଣ ଙ୍କ ପଦାଭିଷେକ ଦିବସ ଉପଲକ୍ଷେ ମୁନିଶ୍ରୀ ଜିନେସ କୁମାରଙ୍କ ପ୍ରେରଣା ତଥା ପ୍ରାନ୍ତୀୟ ସଭା ର ଉଦ୍ୟମରେ ପଶ୍ଚିମ ଓଡିଶାର ୪୫ କ୍ଷେତ୍ରର ଶ୍ରାବକ , ଶ୍ରାବିକା ଙ୍କ ଦ୍ଵାରା ଶନିବାର ଦିନ ୨୨୦୦ ରୁ ଅଧିକ ସାମୟିକ ପାଠ କରି ଗୁରୁଦେବ ଙ୍କୁ ଭେଟ ଦିଆଯାଇଥିଲା । ସାମୟିକ କୁ ସଫଳ କରିବାରେ ପ୍ରାନ୍ତୀୟ ସଭା ଅଧ୍ୟକ୍ଷ ମୁକେଶ ଜୈନ , ସଂଯୋଜକ ଗୋବିନ୍ଦ ଜୈନ ସମେତ ସମସ୍ତ ସଦସ୍ୟଙ୍କ ବିଶେଷ ଯୋଗଦାନ ରହିଥିଲା

Comments
Loading...