ଅଜଣା ଗାଡ଼ି ଧକ୍କାରେ ଅଜଣା ବୃଦ୍ଧଙ୍କର ଇହଲୀଳା ସମ୍ବରଣ

ଅଜଣା ଗାଡି ଧକ୍କାରେ ଚାଲିଗଲା ଜନୈକ ଅଜଣା ବୃଦ୍ଧଙ୍କର ଅମୂଲ୍ୟ ଜୀବନ । ଏକ ମାରାତ୍ମକ ହୃଦୟ ବିଦାରକ ଅଭାବନୀୟ ରାସ୍ତା ଦୁର୍ଘଟଣା ଘଟିଯାଇଛି ପାନପୋଷ ଛକରେ । ଜନୈକ ଅଜଣା ବୃଦ୍ଧ ରାସ୍ତା ପାରି ହେଉଥିବା ବେଳେ କୌଣସି ଏକ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ବୟସ ୬୫ ରୁ ଉର୍ଦ୍ଧ୍ବ ହୋଇଥିବା ନେଇ ଅନୁମାନ କରାଯାଉଛି । ତେବେ ତାଙ୍କର ପରିଚୟ ମିଳି ପାରିନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ପାଇ ରଘୁନାଥପାଲୀ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ମୃତ ବୃଦ୍ଧଙ୍କ ଶବ ଜବତ କରି ବ୍ୟବଛେଦ ପରେ ରାଉରକେଲା ଆରଜିଏଚ ସ୍ଥିତ ଶବ ଗୃହରେ ଶବ ରଖାଯାଇଛି । ତେବେ କୌଣସି ସହୃଦୟ ବ୍ୟକ୍ତି ଏହି ବୃଦ୍ଧଙ୍କର ସଠିକ ପରିଚୟ ପାଇଲେ ତାଙ୍କ ପରିବାର ଲୋକଙ୍କ ସହିତ ରଘୁନାଥପାଲୀ ଥାନାରେ ଯୋଗାଯୋଗ କରିବାକୁ ଥାନା ଅଧିକାରୀ ଅନୁରୋଧ କରିଛନ୍ତି । ଆବହ ମାନ କାଳରୁ ଅଜଣା ଗାଡି ଧକ୍କାରେ ଏଭଳି ଅନେକ ଅଜଣା ଜୀବନ ମାଟିରେ ମିଶି ଯାଉଛି । ହେଲେ ଦୁର୍ଘଟଣା ଘଟାଉଥିବା ଯାନବାହାନ ଅବା ବ୍ୟକ୍ତି ବିଶେଷ ଅନାୟାସରେ ନିଜ ପଥରେ ପୁନଶ୍ଚ ଆଗେଇ ଯାଇ ବାରମ୍ବାର ଅମୁଲ୍ୟ ଜୀବନ ନଷ୍ଟ କରି ସୁଦ୍ଧା ବର୍ତ୍ତି ଯାଉଛନ୍ତି । ଧନ୍ୟରେ ବିଧାତା ।

Comments
Loading...