ଜୁଲାଇ ୩୦ ଓ ୩୧ ତାରିଖ ଦିନ ବିଶ୍ୱ ମାନବଚାଲାଣ ବିରୁଦ୍ଧ ଦିବସ ଉପଲକ୍ଷେ, କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ ସହାୟତାରେ ବିଶ୍ୱଯୁବ କେନ୍ଦ୍ର, ଅନୁଗୋଳ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ “ଆକ୍ସେସ ଟୁ ଜଷ୍ଟିସ” ତରଫରୁ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ(କୋଶଲ ନ୍ୟୁଜ୍):-ଅନୁଗୋଳ ଜିଲ୍ଲାର ଉରୁକୁଳା, ପାଇକସାହି, ପେଡ଼ିପଥର, ସାପଘରା, ବିଲେଇଣାଳୀ ଓ ବାଲାସିଂହା ଆଦି ସ୍ଥାନରେ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଆଇ.ସି.ଡ଼ି.ଏସ ବିଭାଗର ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଅଞ୍ଚଳର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଯଥା ଉରୁକୁଳା ସରପଞ୍ଚ ସୁରୁଚି ସଂପୂର୍ଣା ସାହୁ ପାଇକସାହି ସରପଞ୍ଚ ନିରୋଜକାନ୍ତ ସାହୁ, ସୁପରଭାଇଜର ବାସନ୍ତୀ ସାହୁ, ପାଇକସାହି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁକଦେବ ସାହୁ, ସରପଞ୍ଚ ବଲାସିଂହ ମମତା ପ୍ରଧାନ,
ୱାର୍ଡ଼ ମେମ୍ବର, ସାମାଜିକ କର୍ମୀ, ଗ୍ରାମବାସୀ, କିଶୋର ବାଳିକା ବାଳିକା ମାନେ ତଥା କାର୍ଯ୍ୟକର୍ତ୍ତା ଓ ସାମ୍ବାଦିକ,
ସନ୍ତୋଷ କୁମାର ବେହେରା, ସଂଯୋଜକ ଆକ୍ସନ-ଏଡ଼ ପ୍ରଭୃତି ଯୋଗଦାନ କରିଥିଲେ | ଏହି ପ୍ରକଳ୍ପର ଆଭୁମୁଖ୍ୟ, ସମ୍ପ୍ରତିକ ପରିସ୍ଥିତିରେ ସମାଜରେ ଶିଶୁ ମାନଙ୍କ ସ୍ଥିତି, ଶିଶୁ ମୌଳିକ ଅଧିକାର, ଶିକ୍ଷାର ଅଧିକାର, ଶିଶୁକନ୍ୟାଙ୍କ କ୍ଷେତ୍ରରେ ଅଧିକାରର ହନନ, ଯାହାକି ସମାଜରେ ବାଲ୍ୟ-ବିବାହର ସ୍ଥିତିକୁ ଉତ୍ପନ୍ନ କରୁଛି ତାହାଉପରେ ଆଲୋଚନା କରାଯାଇଥିଲା | ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ଲୁଚାଛପାରେ ଏବଂ ଗ୍ରାମ-ସମୁଦାୟ ସଂରକ୍ଷଣ ହେଉଥିବା ବାଲ୍ୟବିବାହ ଓ ଏହାର ପାରିବାରିକ ତଥା ସାମାଜିକ କାରଣ ତଥା ଏହାକୁ ରୋକିବା ପରବର୍ତ୍ତୀ ପରିସ୍ଥିତିରେ ବିଭାଗର ବିଭିନ୍ନ କାର୍ଯ୍ୟକର୍ତ୍ତାମାନେ ସାମ୍ନା କରୁଥିବା ପରିସ୍ଥିତି ବିଷୟରେ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ସୁରକ୍ଷା ପାଇଁ ୧୦୯୮ ର ବ୍ୟବହାର ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଆୟୋଜନ ବିଶ୍ୱଯୁବ କେନ୍ଦ୍ରର ବସନ୍ତ କୁମାର ପ୍ରଧାନ ପ୍ରତିଷ୍ଠାତା ଓ ବୋର୍ଡ଼ ସଦସ୍ୟ, ପପି ଦେହୁରୀ, ବୀଣାପାଣି ସାହୁ, ଶ୍ଵେତାଶ୍ବରୀ ମାଝୀ, ଦିପି ଦେହୁରୀ, ଜ୍ୟୋସ୍ମିତା ପ୍ରଧାନ, ସୋନାଲିଶା ଶବର, ପୂଜା ସ୍ୱାଇଁ, ଅଜୟ କୁମାର ଜଗଦଲା, ଲକ୍ଷ୍ମୀ ବେହେରା,ଅଭୟ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ |

Comments
Loading...