ଭଦ୍ରକରେ ସ୍ବତନ୍ତ୍ର ପୋସ୍କୋ କୋର୍ଟ ଉଦଘାଟିତ

ଭଦ୍ରକ (କୋଶଲ ନ୍ୟୁଜ) ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋସ୍କୋ (ଫାଷ୍ଟ ଟ୍ରାକ) କୋର୍ଟର ଉଦ୍ଘାଟନ ସକାଳ ୯ଟାରେ ଭର୍ଚୁଆଲ ମୁଡରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଳିଧରଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଛି।ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉ ଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋସ୍କୋ ଆଇନକୁ ଅଧିକ କଡାକଡି କରିବା ସହ ସେହି ମାମଲା ଗୁଡିକ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି. ସେଥିପାଇଁ ଆନୁଷଙ୍ଗିକ କୋର୍ଟ ତଥା ବିଚାରପତି ନିଜୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଆଜି ଭଦ୍ରକ ସମେତ ରାଜ୍ୟର ୧୫ ଗୋଟି ଜିଲ୍ଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦ୍ଘାଟନ ହୋଇଛି। ଏହି କୋର୍ଟର ସମସ୍ତ ବିଚାରପତି ମାନେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ସେମାନଙ୍କୁ ଅସ୍ଥାୟିଭାବେ ନିଜୁକ୍ତି ଦିଆ ଯାଇଛି. ସେହି ଅନିଯାୟି ଭଦ୍ରକରେ ଶ୍ରୀମତି ମିନତି କୁମାରି ପଣ୍ଡାଙ୍କୁ ନିଜୁକ୍ତି ଦିଆ ଯାଇଛି।ଏହି କୋର୍ଟ ଉଦ୍ଘାଟନ ପରେ ଜେଲରେ ବିଚାରାଧିନ ବନ୍ଦି ଭାବରେ ଅଟକ ଥିବା ଶତାଧିକ ବନ୍ଦି ଉପକୃତ ହେବେ। ଆଜିର ଏହି ଉଦଘାଟନି ସମାରୋହରେ ଭଦ୍ରକ ଜିଲ୍ଲା ଜଜ ଶିଶିର କୁମାର ରଥ,ପରିବାର ଅଦାଲତ ଜଜ୍ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ, ବରିଷ୍ଟ ଦେୱାନି ଜଜ ହିମାଂସୁଶେଖର ବିଶ୍ବାଳ, କନିଷ୍ଟ ଦେୱାନି ଜଜ ଅବିନାଶ ଚିନ୍ନାରା, ସହକାରି ବରିଷ୍ଟ ଦେୱାନି ଜଜ୍ ଶର୍ମିଷ୍ଟା ଦାସ, ଏସ.ଡି.ଜେମ୍ ଅଳକାନନ୍ଦା ମହାନ୍ତି, ନିଳିମା ଶଡଙ୍ଗି, ସ୍ବର୍ଣ୍ଣପ୍ରଭା ସ୍ବାଇଁ, ପ୍ରଜ୍ଞାପାରମିତା ମହାନ୍ତି, ମିସ୍ ରିତିକା ଜେନା, ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର, ସଂପାଦକ ଜିତେନ୍ଦ୍ର ପଣ୍ଡା, ବରିଷ୍ଟ ଆଇନଜୀବୀ ନିରାକାର ଜେନା, ବସନ୍ତ ଦାସ, ରାୟରାମାନନ୍ଦ ମହାପାତ୍ର, ପର୍ଶୁରାମ ଦ୍ବିବେଦି, ଗଦାଧର ବଳ, ସଂଜୟ ମାଝି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗିରିଧାରି ନାଥ, ନିଶିକାନ୍ତ ନାୟକ ପ୍ରମୁଖ ଓକିଲ ସଂଗର ସମସ୍ତ କର୍ମ କର୍ତ୍ତା ଓ ସହି କୋର୍ଟର ସ୍ବତନ୍ତ୍ର ସରକାରିକ ଓକିଲ ମନୋରଂଜନ ଦାସ ପ୍ରମୁଖ ଉପସ୍ତିତ ଥିଲେ।

Comments
Loading...