ଧାମନଗର ଓ ଧୂଷୁରୀ ଡାକ୍ତର ଖାନାକୁ ଯାଦବ ମହାସଭା ଓ ହୋପ ସଂଗଠନ ପକ୍ଷରୁ ଅମ୍ଳଜାନ କଂସେନଷ୍ଟ୍ରେଟର ପ୍ରଦାନ

ଭଦ୍ରକ (କୋଶଲ ନ୍ୟୁଜ୍) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଧୂଷୁରୀ ଡାକ୍ତର ଖାନାକୁ ଆଜି ଭଦ୍ରକ ଜିଲ୍ଲା ଉତ୍କଳ ଯାଦବ ମହାସଭା ଓ ହୋପ ତରଫରୁ ଅମ୍ଳଜାନ କନଷ୍ଟେଟର ପ୍ରଦାନ କରାଯାଇଛି l ଜିଲ୍ଲା ଉତ୍କଳ ଯାଦବ ମହାସଭାର ଯୁବ ସଭାପତି ରବିନାରାୟଣ ଖିଲାର, ଯୁବ ଯାଦବ ରାଜ୍ୟ ସମ୍ପାଦକ ଅମର ନାୟକ, ସାମ୍ବାଦିକ ତଥା ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ସାମ୍ବାଦିକ ଅଭୟ କୁମାର ସାହୁ ସମାଜସେବୀ ତଥା ଜିଲ୍ଲା ସଂଯୋଜକ କୃଷ୍ଣ ଚନ୍ଦ୍ର ବେହେରାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅମ୍ଳଜାନ କନଷ୍ଟେଟର ପ୍ରଦାନ କରାଯାଇଛି, ପ୍ରକାଶ ଯେ ସମାଜସେବୀ, ଯାଦବ ନେତା, ହୋପ ସଂଗଠନ ର ପରାମର୍ଶ ଦାତା ଶୁଭଜିତ ପରିଡା ଙ୍କ ଦ୍ୱାରା ପ୍ରେରିତ ଅମ୍ଳଜାନ କନଷ୍ଟେଟର ବାଲେଶ୍ୱର ପରେ ଆଜି ଭଦ୍ରକ ଜିଲ୍ଲା ରେ ପ୍ରଦାନ କରାଯାଇଛି ଏହି କାର୍ଯ୍ୟ କୁ ଅନ୍ତରାଷ୍ଟ୍ରୀୟ ଯାଦବ ମହାସଭା ର ଯୁବ ସଭାପତି ଇଂ ପ୍ରଦୀପ ବେହେରା, ସନ୍ତୋଷୀ ମା କମିଟି ର ମୁଖ୍ୟ ବାସନ୍ତୀ ଲତା ପରିଡା, ଓ ପୀତାମ୍ବର ପରିଡା ଙ୍କ ସମେତ ସମସ୍ତେ ହୋପ କର୍ମକର୍ତା ଓ ଯାଦବ ସଂଗଠନ ର କର୍ମକର୍ତା ଓ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ଏଥିରେ ସାଧାରଣ ଲୋକେ ଉପକୃତ ହେବେ, ଏହି ମହତ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରୁ ମଧ୍ୟ ପ୍ରସଂଶା କରାଯାଇଛି l

Comments
Loading...