କୋଚିଳା ବ୍ୟାରେଜ ପ୍ରକଳ୍ପ କୁ ସରକାରଙ୍କ ଗ୍ରୀନ ସିଗ୍ନାଲ

ଭଦ୍ରକ (କୋଶଲ ନ୍ୟୁଜ) ଧାମନଗର ବ୍ଲକ ର ବହୁ ପ୍ରତିକ୍ଷିତ କୋଚିଳା ନଦୀର ବ୍ୟାରେଜ ପ୍ରକଳ୍ପ କୁ ସରକାର ଙ୍କ ପକ୍ଷରୁ ଅନୁମୋଦନ କରାଯାଇଛି. 360 କୋଟି ଟଙ୍କା ର ଏହି ପ୍ରକଳ୍ପ ର ଟେଣ୍ଡର ପ୍ରକ୍ରିୟା ଆସନ୍ତା 19 ତାରିଖ ଦିନ ହେବ ବୋଲି 5 ଟି ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇଛନ୍ତି. ଏହି ପ୍ରକଳ୍ପ ହେବା ଦ୍ୱାରା ଧାମନଗର ବ୍ଲକ ରେ ବନ୍ୟା ନିୟନ୍ତ୍ରଣ ହେବା ସହ ଚାଷ ଜମି କୁ ଜଳସେଚନ ହୋଇପାରିବ. ଭଦ୍ରକ ବ୍ଲକ ପରିସରରେ ଥିବା ଭିଡିଓ କନଫରେନ୍ସିଂ ପ୍ରକୋଷ୍ଠ ରେ ଜ଼ିଲ୍ଲା ଯୋଜନା ବୋର୍ଡ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ସହ 5 ଟି ସଚିବ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ. ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ଟି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ 19 ତାରିଖରେ ଏହାର ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି 5 ଟି ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇଥିଲେ. ଧାମନଗର ବ୍ଲକ ଏକ ବନ୍ୟା ପ୍ଲାବିତ ଅଞ୍ଚଳ, ପ୍ରତିବର୍ଷ ବୈତରଣୀ ଓ ଏହାର ଶାଖା ନଦୀ ରେ ବନ୍ୟା ଆସି ବହୁ ଧନଜୀବନ କ୍ଷୟକ୍ଷତି କରୁଛି. ବୈତରଣୀ – କୋଚିଳା ବ୍ୟାରେଜ ନିର୍ମାଣ ପାଇଁ 70 ବର୍ଷ ଧରି ଦାବି କରି ଆସୁଥିଲେ ଧାମନଗର ବାସୀ. ଯାହାକି ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ଶୁଣିଛନ୍ତି. ଏହି ପ୍ରକଳ୍ପ ହେବା ଦ୍ୱାରା ଧାମନଗର ରେ ଚାଷୀ ମାନେ ଉପକୃତ ହେବା ସହ ବନ୍ୟା ଦାଉରୁ ରକ୍ଷା ପାଇପାରିବେ ବୋଲି ଜ଼ିଲ୍ଲା ଯୋଜନା ବୋର୍ଡ ସଭାପତି ବ୍ୟୋମକେଶ ରାୟ କହିଛନ୍ତି. ଏହି ପ୍ରକଳ୍ପ ଟି ସରକାର ଙ୍କ ପକ୍ଷରୁ ଅନୁମୋଦନ କରାଯାଇଥିବାରୁ, ଧାମନଗର ବ୍ଲକ ଚେୟାର ମ୍ୟାନ ସମେତ ଧାମନଗର ବାସିନ୍ଦା ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦିଆଯାଇଛି।

Comments
Loading...