ବାତ୍ୟା ସହାୟତା ପାତର ଅନ୍ତର ପ୍ରତିବାଦ ରେ ଜିଲ୍ଲାପାଳ ଙ୍କୁ ପତ୍ର ପ୍ରଦାନ

ଭଦ୍ରକ (କୋଶଲ ନ୍ୟୁଜ୍) ବାସୁଦେବପୁର ବାତ୍ୟାୁ ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପ୍ରାୟ ଅଞ୍ଚଳ କ୍ଷତି ଗ୍ରସ୍ତ ହୋଇଥିଲା, ଶତକଡା ପଚାଶ ଭାଗ ଜଳବନ୍ଦୀ ଭିତରେ ଥିଲା l ଓଡିଶା ସରକାର 7ଦିନର ରିଲିଫ ଘୋଷଣା କରିଥିଲେ କିନ୍ତୁ ଆଜି ଯାଏ ଜଳମଗ୍ନ ଥିବା ଅନେକ ଅଞ୍ଚଳ କୁ ସ୍ଥାନୀୟ ପ୍ରଶାସନ ପାତର ଅନ୍ତର ନୀତି କରି ସେଥିରୁ ବାଦ ଦେଇଥିବାରୁ ଏହାକୁ ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ଦାବିପତ୍ର ପ୍ରଦାନ କଲେ। ଏହି ପତ୍ର ପ୍ରଦାନ ସମୟ ରେ ଯୁବ ନେତା ମହେଶ୍ୱର ଧଳ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

Comments
Loading...