ନମସ୍କାର ପକ୍ଷରୁ ଅକ୍ସିଜେନ ନିବଦ୍ଧତା ଯନ୍ତ୍ର ପ୍ରଦାନ

ଭଦ୍ରକ (କୋଶଲ ନ୍ୟୁଜ) କରୋନା ମହାମାରୀ ପ୍ରକୋପ ରୁ ରକ୍ଷା ପାଇବା ନିମନ୍ତେ ଟିକାକରଣ କାର୍ଯ୍ୟ ଯୋରସରରେ ଆଗେଇ ଚାଲିଛି । ପରୀକ୍ଷଣ ଓ ଟିକାକରଣ କାର୍ଯ୍ୟ ଆଗେଇ ଚାଲିବା ବେଳେ ସଂକ୍ରମିତ ରୋଗୀ ଙ୍କ ଫୁସଫୁସ ଉପରେ କରୋନା ଗଭୀର ପ୍ରଦ୍ଭାବ ପକେଇଛି । ଏଣୁ ଚିକିତ୍ସା ଷେତ୍ରରେ ଅକ୍ସିଜେନ ର ଆବଶ୍ୟକତା ରହିଛି । ହୋକୁ ଦୃଷ୍ଟି ରେ ରଖି ଦିଲ୍ଲୀ ର ରାଷ୍ଟୀୟ ପ୍ରବାସୀ ଓଡ଼ିଆ ପରିବାର ଏବଂ ଆର୍ଟ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ଭଦ୍ରକର ଅଗ୍ରଣୀ ସାମାଜିକ ସଂଙ୍ଗଠନ ନମସ୍କାର ତରଫ ରୁ ୨ ଗୋଟି ଅମ୍ଳଜାନ ନିବଦ୍ଧତା ଯନ୍ତ୍ର ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନା କୁ ଆଜି ଯୋଗାଇ ଦିଆଯାଇଛି । ବିଶେଷ ଭାବରେ ଏହି ଯନ୍ତ୍ର ଶିଶୁ ମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ । ଦିଲ୍ଲିରୁ ଆସିଥିବା ଏହି ଯନ୍ତ୍ରାଶ କୁ ଭଦ୍ରକ ନମସ୍କାର ସଂଗଠନର ସଭାପତି ଗୌରାଙ୍ଗ ଚରଣ ବାରିକ, ସମ୍ପାଦକ ବିଶ୍ୱରଞନ ପଣ୍ଡା , କୋଷାଧକ୍ଷ ଅଧିମ ମହାପାତ୍ର , ମିଡ଼ିଆ ସଂଯୋକ ନରେନ୍ଦ୍ର ସାମଲ , ସହ ସଂଯୋଜକ ହେମନ୍ତ ସିଂ , ସହାୟିକା ସଂନ୍ଧାରାଣୀ ବେହେରା , ପ୍ରମୁଖ ଉପସ୍ଥିତ ରହି ଷ୍ଟୋର କିପରି ବିରେନ୍ଦ୍ର ମହାନ୍ତି ଓ ରଜତ କୁମାର ସାହୁ ଙ୍କୁ ପ୍ରଦାନ କରିଥିଲେ

Comments
Loading...