ବିଭିନ୍ନ ଦାବି ନେଇ କଂଗ୍ରେସ ତରଫ ରୁ ଗଣ ଧାରଣା

ଭଦ୍ରକ (କୋଶଲ ନ୍ୟୁଜ) ବାସୁଦେବପୁର –ବାସୁଦେବପୁର କଂଗ୍ରେସ ତରଫ ରୁ ଆଜି ସ୍ଥାନୀୟ ପୌର ପାଳୀକା ରେ ବିଭିନ୍ନ ଦାବି ନେଇ ଏକ ଗଣ ଧାରଣା ଦିଆ ଯାଇଛି।ବାସୁଦେବପୁର ପୌର ପାଲିକା ରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି, କରନା ରିଲିଫ୍ ଚାଉଳ ଓ ବାତ୍ୟା ୟସ୍ ର ରିଲିଫ୍ ବଣ୍ଟନ, ୱାର୍ଡ ଗୁଡ଼ିକ ରେ ବିଭିନ୍ନ ସ୍ଥାନ ରେ ଷ୍ଟ୍ରିତ୍ ଲାଇଟ ଜଳୁ ନ ଥିବା ର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ସ୍ଥାନୀୟ ଅଧିକାରୀ ଙ୍କୁ ଗତ ୨୪ ତାରିଖରେ ପ୍ରଦାନ କରାଯାଇ ଥିଲା। ଦାବୀପତ୍ର ଅନୁସାରେ ସମସ୍ୟା ର ସମାଧାନ ନ ହେବାରୁ ଆଜି ପୌର ପାଳିକ। ସମ୍ମୁଖରେ ରେ ଗଣ ଧାରଣା ଦିଆ ଯାଇଛି। ଉକ୍ତ ଗଣ ଧାରଣା ରେ ରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ,ନଗର କଂଗେସ ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱ ରେ ସ୍ଥାନୀୟ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ଗଣ ଧାରଣା ଦେଇଛନ୍ତି।

Comments
Loading...