କଂକ୍ରିଟ ରାସ୍ତା ର ଶୁଭ ଉଦ୍‌ଘାଟନ କଲେ ଭଦ୍ରକ ବିଧାୟକ

ଭଦ୍ରକ (କୋଶଲ ନ୍ୟୁଜ୍) ଆଜି ଭଦ୍ରକ ଜିଲ୍ଲା ମୁନିସିପାଲିଟିର ୬ ନମ୍ବର ୱାର୍ଡର ଡାହାଣିଗଢିଆ ଠାରେ ମହାବୀର ନଗର ଠାରେ ଅପୋଲ ଟାୟାର ସୋରୁମ ଠାରୁ ପିତାମ୍ବର ନାୟକ ଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ବିଧାୟକ ଭଦ୍ରକ, ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ, ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଗୁଆମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା, ପୂର୍ବତନ କାଉନସିଲର ପ୍ରବୀର ଜେନା ଉପସ୍ଥିତ ଥିଲେ । ଘଟଣା ଅନୁସା ରେ ଦିର୍ଘ ଦିନ ହେବ ଏହି ରାସ୍ତା ର ମରାମତି କାର୍ଯ୍ୟ ହୋଇପାରୁ ନ ଥିଲା ଫଳରେ କଲୋନି ର ଲୋକ ମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ତାହା ପରେ ଭଦ୍ରକ ବିଧାୟକ ଙ୍କ ତତ୍ତ୍ଵବଧାନ ରେ ଏହି ରାସ୍ତାଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ବିନିମୟ ରେ ସଫଳତାର ସହ ହେଲା ଆଜି ଏହି କଂକ୍ରିଟ ରାସ୍ତା ର ଶୁଭ ଉଦ୍ପାଟନ ଶିବିର କାର୍ଯ୍ୟକ୍ରମ ହୋଇ ଥିଲା କଲୋନୀ ର ସମସ୍ତ ଲୋକ ବେଶ ଖୁସିଥିଲେ ଏହି କଂକ୍ରିଟ ରାସ୍ତା ଟି ଅତି କମ ଦିନ ମଧ୍ୟ ରେ ହେଲା ପରେ । ସମସ୍ତେ ବୁଦ୍ଧିଜୀବି ମହଲ ରୁ ପ୍ରଶଂସା କରିଛନ୍ତି ।

Comments
Loading...