ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଧାଫାସ କରିବ ବିଜେପି

ଭଦ୍ରକ (କୋଶଲ ନ୍ୟୁଜ) ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ କେଲେଙ୍କାରୀକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ନେଇଛି। ସାରା ରାଜ୍ୟରେ ଏହି ଘୋଟଲା ବିଷୟରେ ଆନ୍ଦୋଳନ ତୀବ୍ର କରିବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୂଚାଇ ଦିଆଯାଇଛି । ଏପରି ଅବସ୍ଥାରେ ଭଦ୍ରକ ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ ବ୍ୟାପକ ଅନିୟମିତତା ଓ ଘର ଯୋଗାଇ ଦେବାକୁ ନେଇ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓ ମାନେ ଖୋଲାଖୋଲି ଭାବରେ ଲାଞ୍ଚ କାରବାର କରୁଥିବା ଘଟଣା କିଛିଦିନ ପୂର୍ବେ ଚହଳ ପକାଇଛି। ଗୋରାମାଟି ସରପଞ୍ଚଙ୍କ ଦାଦାଗିରି ଓ ଲାଞ୍ଚ ମାମଲାକୁ ନେଇ ଭିଡିଓ ଭାଇରାଲ ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏପରି ଦୁର୍ନୀତିକୁ ନେଇ ଆସନ୍ତାକାଲି ଠାରୁ ଭଦ୍ରକ ବିଜେପି ପକ୍ଷରୁ ବିଭିନ୍ନ ବ୍ଲକ ଓ ଜିଲ୍ଲା କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ କହିଛନ୍ତି। ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପ ସଭାପତି ଶ୍ରୀହର୍ଷ ସ୍ଵାଇଁ, ସମିତି ସଭ୍ୟ ଅଶୋକ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...