ବିଜେପି ଡଙ୍ଗରା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଡଙ୍ଗରା ମଣ୍ଡଳ ସଭାପତି ସତ୍ୟବାନ୍ ନାୟକଙ୍କ ଅଧ୍ୟକ୍ଷତାରେ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ବିଜେପି ର ଆଭିମୁଖ୍ୟ ବିଷୟରେ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଝାଇ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସଂପାଦକ ଅରୁଣ ନାୟକ। ସହଯୋଗ କରିଥିଲେ ମୈଦଲପୁର ମଣ୍ଡଳ ସଭାପତି ବାବୁଲି ପାଳ ଏବଂ ଡାବୁଗାଁ ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର। ଅନ୍ୟ ମାନଙ୍କ ମଧ୍ୟରେ ଖୁଟବାଈ ସରପଞ୍ଚ ପ୍ରଭାକର ଜାନୀ, ପଦ୍ମନ ଗଉଡ, ଲିଙ୍ଗରାଜ ଗଉଡ, ରାମକୃଷ୍ଣ ପାଣିଗ୍ରୀ ଏବଂ ବିଭିନ୍ନ ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ।

Comments
Loading...