ମୁନସିଙ୍କ ମୁନାଫାଖୋର ମନବୃତ୍ତି , ଶିଶୁ ଶ୍ରମିକ ନିୟୋଜିତ

କଳାହାଣ୍ଡି : ୧୪ ବର୍ଷରୁ କମ୍ ବୟସ ଶିଶୁ ଙ୍କୁ କୌଣଷି କାମରେ ନିୟୋଜିତ ନକରିବା ପାଇଁ ସରକାରୀ ଆଇନ ରହିଛି l ହେଲେ ଆଇନ ଆଖିରେ ଆଙ୍ଗୁଠି ଦେଇ ଅଧିକାଂଶ ସ୍ଥାନରେ ଶିଶୁଙ୍କୁ କଠିନ କାମରେ ଲଗାଯାଉଛି l ତେବେ ଦିନ ଦି ପହରେ ଧୁଁ ଧୁଁ ଖରାରେ କେହି ପଦାକୁ ଗୋଡ କାଡୁ ନଥିବା ବେଳେ କୋମଳମତୀ ଶିଶୁ ମାନଙ୍କୁ ଶିଶୁ ଶ୍ରମିକ ଭାବେ କେନ୍ଦୁପତ୍ର ଫଡି ଗୋଟାଇବାରେ ନିୟୋଜିତ କରାଯାଉଛି l କରୋନା ଭଳି ସଙ୍ଗିନ ମହାମାରୀ ସମୟରେ ଦେଶ ସଂକଟାପର୍ଣ୍ଣ ଦେଇ ଗତି କରୁଥିବା ବେଳେ ଏହି ମହାମାରୀ ଯୋଗୁଁ ଅନେକ ଲୋକଙ୍କ ପ୍ରାଣ ହାନି ମଧ୍ଯ ଘଟୁଛି l ଏଭଳି ସ୍ଥିତିରେ ଏହି ଶିଶୁ ଶ୍ରିମକଙ୍କ ତୁଣ୍ଡରେ ନାଁ ଅଛି ତୁଣ୍ଡି କି ନାଁ ଅଛି ହାତରେ ଦସ୍ତାନା ବା ହାତ ମୋଜା l ଏପରିକି ସାମାଜିକ ଦୂରତା କୁ ମଧ୍ଯ ନମାନି ଶିଶୁ ଶ୍ରମିକ ଙ୍କୁ କାର୍ଯ୍ଯରେ ନିୟୋଜିତ କରିଛନ୍ତି କେନ୍ଦୁ ପତ୍ର ଫଡିର ମୁନସି l ଏ ଚିତ୍ର ଟି ହେଉଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା କେନ୍ଦୁଲିଫ୍ ରେଞ୍ଜ ଅନ୍ତର୍ଗତ ଯୋରାଡବରା କେନ୍ଦୁ ପତ୍ର ଫଡିର ଚିତ୍ର l ପାଠ ବଦଳରେ ବେଆଇନ ଭାବେ କେନ୍ଦୁ ପତ୍ର ଫଡି ଗୋଟାଇବା କାର୍ଯ୍ଯରେ ନିୟୋଜିତ କରିଛନ୍ତି କେନ୍ଦୁ ପତ୍ର ଫଡିର ମୁନସି ହୃଷିକେଶ ଡାଣ୍ଡ l ଏମାନଙ୍କ ମଧ୍ଯରୁ କିଏ ଉଚ୍ଚ ବିଦ୍ଯାଳୟ ରେ ପଢୁଛିତ ପୁଣି କିଏ ଏମ୍.ଇ ସ୍କୁଲ୍ ରେ ପଢୁଛି l ତେବେ ଅନୁଧ୍ଯାନ ରୁ ଜଣାପଡିଛି ଯେ ଏହି ଶିଶୁ ଶ୍ରମିକ ପଛରେ ରହିଛି ମୁନସିଙ୍କ ର ମୁନାଫାଖୋର ମନବୃତ୍ତି l ତେଣୁ କେନ୍ଦୁପତ୍ର ଫଡି ଗୋଟାଲିଙ୍କୁ କେରି ସଂଖ୍ଯକ ହିସାବରେ ମଜୁରୀ ଦିଆ ଯାଉଥିବା ବେଳେ କିନ୍ତୁ ଏହି ଶିଶୁ ଶ୍ରମିକ ମାନଙ୍କୁ ୫-୬ ଘଣ୍ଟା କାର୍ଯ୍ଯରେ ନିୟୋଜିତ କରି କାର୍ଯ୍ଯ କରାଉଛନ୍ତି କେନ୍ଦୁପତ୍ର ଫଡିର ମୁନସି ହୃଷିକେଶ ଡାଣ୍ଡ l ତେବେ ଏହି ଶିଶୁ ଶ୍ରମିକ ମାନଙ୍କୁ କେତେ ଟଙ୍କା ପାରିଶ୍ରମିକ ଦିଆ ଯାଉଛି ତାହା ମଧ୍ଯ ଜଣା ନଥିବା ମତ ପ୍ରକାଶ କରିଛନ୍ତି ଶିଶୁ ଶ୍ରମିକ l କିନ୍ତୁ ପରିତାପ ର ବିଷୟ ହେଉଛି ଏମାନେ ପାରିଶ୍ରମିକ ମୁଲ୍ଯ ନଯାଣି ମଧ୍ଯ ସାଝିଛନ୍ତି ଦିନ ମଜୁରିଆ l ଶିଶୁ ଶ୍ରମିକଙ୍କୁ କେନ୍ଦୁପତ୍ର ଫଡି ଗୋଟାଇବାରେ ନିୟୋଜିତ କରିବା କଥା କୁ ସ୍ବିକାର କରିଛନ୍ତି ମୁନସି ହୃଷିକେଶ ଡାଣ୍ଡ l ତେବେ ଏନେଇ କେସିଙ୍ଗା କେନ୍ଦୁ ଲିଫ୍ ବିଭାଗୀୟ ଅଧିକାରୀ ଙ୍କୁ ଫୋନ ଯୋଗେ ପଚାରିବାରୁ ମୁଁ କିଛି ଜାଣି ନାହିଁ ତାହା ମୁନସି ଙ୍କୁ କହିବି ଏବଂ ଏହି ଖବର ତାଙ୍କ ନଜର କୁ ଆସିନାହିଁ l ଏଭଳି ମନ୍ତବ୍ଯ ଦେଇ ନିଜକୁ ଏଡାଇ ଦେଇ ନିଜ କାମ ସାରି ଦେଇଥିଲେ ଫରେଷ୍ଟର୍ ଶ୍ରୀ ଶବର ବାବୁ l ଅନ୍ଯପଟେ ମ.ରାମପୁର ରେଞ୍ଜ ଅନ୍ତର୍ଗତ ରେ ଥିବା କୁଟୁଲୁପଲା କେନ୍ଦୁ ପତ୍ର ଫଡିର ମଧ୍ଯ ସମାନ ଚିତ୍ର l କଳାହାଣ୍ଡି ନର୍ଥ୍ ଡି.ଏଫ୍.ଓ କହିଛନ୍ତି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ କୌଣଷି ନିର୍ଦ୍ଧେଶ ନାହିଁ ଏବଂ ଏଭଳି ଖବର ତାଙ୍କ ନଜର କୁ ଆସିନାହିିଁ l ତେଣୁ ଖବର ପାଇବା ପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ l ତେବେ ଶିଶୁ ଶ୍ରମିକ ଆଇନ କୁ କଡାକଡି ପାଳନ କରିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ କୁ ଦାଗିତ୍ କରିଛନ୍ତି ସରକାର l କିନ୍ତୁ ଏହି ଖବର ପ୍ରସାରଣ ହେଲା ପରେ ନିର୍ଦ୍ଧେଶ କେବଳ ଫାଇଳ ଭିତରେ ରହୁଛି ନାଁ କାର୍ଯ୍ଯକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା l

Comments
Loading...