ମନରେଗା କାମରେ ମହା ଦୂର୍ନିତି : ଲୋକ ବଦଳ ରେ ମେସନ୍ ରେ କାମ ଚାଲିଥିବା ଅଭିଯୋଗ

ମନରେଗା ରେ ମନ୍ ମାନି l ଯେତେ ଯାହା କଲେବି କଳାହାଣ୍ଡି ଜିଲ୍ଲା ର ପିଛା ଛାଡୁନି ଦୂର୍ନିତି l ଏପରି କି ଏଠି କାମ ଧନ୍ଦା ନପାଇ ବାହାର ରାଜ୍ଯ କୁ ଜାଉଛନ୍ତି ଦାଦନ ଖଟି l ତେବେ କରୋନା କାଳରେ କାମ ନାହିଁ, ହାତ ବାନ୍ଧି ବସିଛନ୍ତି ଜିଲ୍ଲାର ହଜାର୍ ହଜାର୍ ଶ୍ରମିକ l ହେଲେ ସରକାର କହୁଛନ୍ତି ମନରେଗା ଯୋଜନାରେ ଗାଁ ଗାଁରେ ଚାଲିଛି କାମ l କିନ୍ତୁ ବାସ୍ତବରେ ଲୋକଙ୍କ ପାଖରେ ଅପହଞ୍ଚ ହୋଇ ରହିଯାଉଛି ସରକାରୀ ଯୋଜନା l ମନମାନି କରୁଛନ୍ତି ବ୍ଲକ୍ ସ୍ତରିୟ, ପଞ୍ଚାୟତ ସ୍ତରିୟ ଅଧିକାରୀ ଓ କର୍ମଚାରୀ l ଚଞ୍ଚକତା କରି ଶ୍ରମିକ ମାନଙ୍କ ଦଳିଲ୍ ଦସ୍ତାବିଜ୍ କୁ ନେଇ, ମେସିନ୍ ଦ୍ବାରା କାମ କରାଇ ଟଙ୍କା ଉଠାଉଛନ୍ତି ଅଧିକାରୀ ଓ କର୍ମଚାରୀ l କେବଳ ଫଳକ ଲଗାଇ ଏମ୍.ଜି.ଏନ୍.ଆର୍.ଇ.ଜି.ଏ ର କାମ ଦେଖା ଯାଉଛି l ଏଭଲି ଏକ ହରିଲୁଟ ଘଟଣା କୁ ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ l ଏନେଇ ପଞ୍ଚାୟତ ଠୁ ବ୍ଲକ୍ ପର୍ଯ୍ଯନ୍ତ ଅଭିଯୋଗ କଲେ ମଧ୍ଯ ସୁଣୁ ନାହାନ୍ତି କେହି l ଆସନ୍ତୁ ଦେଖିବା ଏହି ମହା ଦୂର୍ନିତି ର ଚିତ୍ର l

ଏ ହେଉଛି ଜୟପାଟଣା ବ୍ଲକ୍ ବଡକର୍ଲାକୋଟ୍ ପଞ୍ଚାୟତର ଚିତ୍ର l ଏହି ଫଳକ ଟିକୁ ଭଲ ଭାବରେ ନଜର ପକାନ୍ତୁ l ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଚାଲିଛି ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ଯର ରାସ୍ତା କାମ l ଯାହାକି ଲାଖବାହାଲି ଟନପଡା ଠାରୁ ଜାମଚୂଆଁ କୁ ସଂଯୋଗ କରୁଛି l ତେବେ ଏହି ମନରେଗା କାମକୁ ଶ୍ରମିକ ଙ୍କ ଜରିଆରେ ନକରି ମେସିନ ଦ୍ବାରା କାର୍ଯ୍ଯ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଅନ୍ଯପଟେ ପଞ୍ଚାୟତ କାର୍ଯ୍ଯ ନିର୍ବାହି ସଂସ୍ଥା ଦ୍ବାରା ଏହି ମନରେଗା କାର୍ଯ୍ଯ ଚାଲିଥିବା ଫଳକ ରେ ଉଲ୍ଲେଖ ରହିଥିବା ବେଳେ ସ୍ଥାନିୟ ଗ୍ରାମ୍ ରୋଜଗାର ସେବକ ମହାଶୟ ଙ୍କୁ ପଚାରିବାରୁ ସେଇଟା ମୋ କାମ ଏବଂ ସେକଥା ସରପଞ୍ଚ ଜାଣିବେ ବୋଲି ଉଲଟା ଉତ୍ତର ରଖିଥିଲେ ଗ୍ରାମ ରୋଜଗାର ସେବକ l

Comments
Loading...