ପଡିଆ ବାହାଲ ରେ ଦଳିତଶ୍ରେଣୀରେ ରହୁଥିବା ୧୫ଟି ପରିବାର ର ସରକାରୀ ଯୋଜନା ରୁ ବଞ୍ଚିତ

ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ର ପଡ଼ିଆବାହାଲ ରେ   ଦଳିତ ଶ୍ରେଣୀ ରେ ରହୁଥିବା 15 ଟି ପରିବାର ସରକାରୀ ଇନ୍ଦରା ଆବାସ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ !  ଜିରୋ ଗ୍ରାଉଣ୍ଡ ରେ ଆମର ପ୍ରତିନିଧି ପହଂଚି ଥିଲେ ପଡ଼ିଆବାହାଲ ଗାଁ ର ଦଳିତ ପରିବାର ମାନଙ୍କ ପାଖରେ! ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ର ପଡ଼ିଆବାହାଲ ଗ୍ରାମରେ 15ଟି ଦଳିତ ପରିବାର ଆବାସ ଯୋଜନା ରୁ ବଂଚିତ ଥିବା ସୂଚନା ମିଳିଛି! ଉକ୍ତ ପରିବାର ବର୍ଗ ମାନେ ପଡ଼ିଆବାହାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରାଧିକା ପଧାନ ଙ୍କୁ ଦୀର୍ଘ 15 ବର୍ଷ ଲଗାତାର ଭାବେ ସରପଞ୍ଚ ଥିବା ସତ୍ୟେ ମଧ୍ୟ ଉକ୍ତ ଦଳିତ ପରିବାର ଙ୍କୁ ଆବାସ ଯୋଜନା ରେ କୋଣସି ପରିବାର ଙ୍କୁ ଘର ଖଣ୍ଢେ ଯୋଗାଇ ନାହାନ୍ତି! ବାରମ୍ବାର ଅଭିଯୋଗ କଳେ ମଧ୍ୟ ସରପଞ, ବିଡ଼ିଓ, ପ୍ରତିଶୃତି ଦେଇ ଠକି ଦେଇଛନ୍ତି! ଉକ୍ତ ପରିବାର ମାନେ ହେଲେ- ମୋତିଲାଲ୍ ବାଗ୍, କୁବେର ବାଗ, ଚୂଡ଼ାମଣି ଵାଗ୍, ଭମର୍ ବାଗ, ଅମର ବାଗ, ଜପ ବାଗ, ବିପିନ୍ ବାଗ, ମକାରୁ ବାଗ, ରସିଦ୍ ବାଗ, ନୀଳକଣ୍ଠ ତାଣ୍ଡି, ଜୟଲାଲ ତାଣ୍ଡି, ଅଙ୍କିତ୍ ବାଗ, ଦୂଳବ ତାଣ୍ଡି, ଜନକ ତାଣ୍ଡି, ଗୋପାଳ ବାଗ। ଉକ୍ତ ପରିବାର ମାନଙ୍କୁ ପ୍ରଶାସନ ତଦାରଖ କରିବା କୁ ଗଣ ମାଧ୍ୟମ ରେ ଗୁହାରି କରିଛନ୍ତି।

Comments
Loading...