ପରି ର ବାପା କିଛି ଉପାୟ ନ ପାଇଁ ନିଜ ଓଟୋ ବିକ୍ରି କଲେ

କୋଶଲ ନ୍ୟୁଜ୍ ବ୍ୟୁରୋ :- ନୟାଗଡ : କୁନି ଝିଅ ପରୀ ମୃତ୍ୟୁ ଖବରରୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି । ତେବେ ଏହାରି ମଧ୍ୟରେ ଜଣାପଡିଛି ଯେ, ପରୀର ବାପା ନିଜର ଅଟୋ ବିକ୍ରି କରିବେ । ପରୀର ବାପା ଅଶୋକ ସାହୁ ପରିବାର ଚଳାଇବା ପାଇଁ ଅଟୋ ଚଳାଉଥିଲେ । ତେବେ ଝିଅ ପରୀ ହତ୍ୟାର ୪ ମାସର ଲଢେଇ ପରେ ବି ନ୍ୟାୟ ମିଳିଲାନାହିଁ ।

ସେପଟେ ଦୁର୍ବୃତ୍ତ ମାନେ ତାଙ୍କ ଅଟୋ ଭଙ୍ଗିଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଅଟୋ ମରାମତି ପାଇଁ ଆଉ ସମ୍ବଳ ନାହିଁ ତେଣୁ ପରିବାର ପ୍ରତିପୋଷଣ ଲାଗି ସେ ନିଜର ଅଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । କିନ୍ତୁ ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି ।

ବିଧାନସଭାରେ ମଧ୍ୟ ବେଶ୍ ସରଗରମ ଆଲୋଚନ ମଧ୍ୟ ହୋଇଥିଲା । ତେବେ ଏହାରି ମଧ୍ୟରେ ପରୀର ବାପା ନିଜର ଅଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments
Loading...