ଓଡ଼ିଶା-ମୋ ପରିବାର” “ଜୀବନ ବିନ୍ଦୁ” ୩୦ ୟୁନିଟ ରକ୍ତ ସଂଗ୍ରହ

ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଠାରେ “ଓଡ଼ିଶା-ମୋ ପରିବାର” ଆନୁକୁଲ୍ୟରେ “ବ୍ଲକ ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର”, “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ କାଲିମେଲା ବ୍ଲକ ସଭାପତି ଶ୍ରୀ ପ୍ରମଦ ପଟ୍ଟନାୟକ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଆଜିର ଏହି ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକୁନ୍ଦ ସୋଡି, କାଲିମେଲା ସାଂସଦ ପ୍ରତିନିଧି ଈ.ଭେଙ୍କେଟ ରାଓ, ବରିଷ୍ଠ ବିଜେଡି ନେତା ଶ୍ରୀ ଶରତ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ତପେନ୍ଧୁ ସରକାର ,ଜିଲ୍ଲା ବିଜୁ ଯୁବ ଜନତା ଦଳ ଆଈଟି କୋଡିନେଟର ମୋନଜ ପଟ୍ଟନାୟକ, ଜିଲ୍ଲା ଛାତ୍ର ଜନତା ଦଳ ସୋସିଆଲମିଡ଼ିଆ କୋଡ଼ିନେଟର ସୁନୀଲ ସାହୁ,କାଲିମେଲା ବ୍ଳକ ଛାତ୍ର ଜନତା ଦଳ ସୋସିଆଲମିଡ଼ିଆ କୋଡ଼ିନେଟର ସୌରଭ ମଣ୍ଡଳ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କାର୍ଯ୍ୟକ୍ରମରେ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Comments
Loading...