ଅପରାହ୍ନ ଦୁଇଟା ପରେ ସମସ୍ତ ଦୋକାନ ବଜାର ବନ୍ଦ

ବାଲିଗୁଡା,୨୯/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲଦାର, ବ୍ଲକ ପ୍ରଶାସନ ଓ ବଣିକ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତରେ ବିଭିନ୍ନ ବ୍ୟବସାୟ ସଂଗଠନ ସହ ଆଲୋଚନା ପରେ ଏପ୍ରିଲ ୩୦ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ ଓ ଅପରାହ୍ନ ୨ ଟା ଠାରୁ ତାପର ଦିନ ସକାଳ ୫ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯିବା ପାଇଁ ସ୍ଥିର ହୋଇଥିଲା l ପୂର୍ବ ଭଳି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ ଡାଉନ ରହିବ ।ବ୍ୟବସାୟୀ ବୃନ୍ଦ ପ୍ରଶାସନ ସହ ଆଲୋଚନା ପ୍ରକାରେ ଅପରାହ୍ନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ଆଇନକୁ ସମ୍ମାନ ଜଣାଇଥିଲେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତ ବ୍ୟବସାୟୀ ବନ୍ଧୁ ଲକ୍ ଡାଉନକୁ ସମ୍ମାନ ଜଣାଇ ସଚେତନ ନାଗରିକ ର ପରିଚୟ ଦେଇଥିବାରୁ ପ୍ରଶାସନ ତରଫରୁ ଧନ୍ୟବାଦ ଜଣାଯାଇଛି l ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ନିୟମିତ ସାରା ସହର ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।

Comments
Loading...