ହାତ ମାରିଲେ ଉଠିଯାଉଛି ପିଚୁ

କରଞ୍ଜିଆ:(କୋଶଳ ନ୍ୟୁଜ ) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ବଡ଼ଗାଁ ଗ୍ରାମପଞ୍ଚାୟତ ର ମଲହାରପଦା ଠାରେ ରାସ୍ତା କାମରେ ଚଂଚକତା ।ରାସ୍ତା ମରାମତି କାମ ଠିକ ଠାକୁ ହେଉ ନ ଥିବା ଦେଖିବାକୁ ମିଳିଛି ।ହାତ ମାରିଦେଲେ ରାସ୍ତାରୁ ଉଠି ଯାଉଛି ପିଚୁ ।


ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ଥିବା ଥିବା ବଡ଼ଗାଁ ଗ୍ରାମ ପଂଚୟତ ର ମଲହାରପଦା ଠାରୁ ଟାଇଁଶିରା ପର୍ଯ୍ୟନ୍ତ ତିନି କିଲୋମିଟର ରାସ୍ତା ଗତ ତିନି ବର୍ଷ ହେବ ପ୍ରଧାନମନ୍ତ୍ରୀ ସଡକ ସୁରକ୍ଷା ଯୋଜନାରେ ରାସ୍ତା କାମ ହୋଇଥିଲା ।ତିନି ବର୍ଷ ପରେ ରାସ୍ତା ର ଅବସ୍ଥା ଖରାଫ ହେବା ଫଳରେ ଚଳିତ ବର୍ଷ ପୁଣି ରାସ୍ତା ମରାମତି କାମ ଆରମ୍ଭ ହୋଇଛି । କିନ୍ତୁ ରାସ୍ତା ରେ ପଡିଥିବା ବାଲି, ମାଟି ଏବଂ ଧୂଳି ଭଲ ଭାବରେ ସଫା ନ କରି ପିଚୁ ପକେଇବା ଆରମ୍ଭ କରିଛନ୍ତି ।ଯାହାଫଳରେ ହାତ ମାରିଲେ ରାସ୍ତାରୁ ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଛି ।ଯାହାଫଳରେ ଗ୍ରାମବାସୀଙ୍କ ଅସନ୍ତୋଷ ଦେଖାଦେଇଛି ।ରାସ୍ତା କାମ ରେ ଅନିୟମିତତା ହେଉଥିବା ବେଳେ ଗ୍ରାମବାସୀ ଏ ନେଇ ରାସ୍ତା କାମରେ ନିୟୋଜିତ ଥିବା ଠିକା ସଂସ୍ଥାର କର୍ମଚାରୀଙ୍କୁ ଅବଗତ କରାଇଥିଲେ କିନ୍ତୁ ସଂପୃକ୍ତ କର୍ମଚାରୀ ମାନେ କାହା କଥା ଶୁଣି ନ ଥିଲେ ।ତାଙ୍କ ଇଚ୍ଛା ଅନୁସାରେ କାମ କରୁଥିଲେ ଯାହା ଫଳରେ ଗ୍ରାମବାସୀ ରାସ୍ତା କାମକୁ ବନ୍ଦ କରିଦେଇଥିଲେ ।ଏବଂ ଦାୟିତ୍ୱ ରେ ଥିବା ଯନ୍ତ୍ରୀଙ୍କୁ ଅବଗତ କରିବା ସହିତ କାମର ତଦାରଖ ଭଲ ଭାବରେ କରିବାକୁ ଅନୁରଧ କରିଥିଲେ । କାମ ତଦାରଖ କରୁଥିବା ସୁପର ଭାଇଜର କହନ୍ତି ରାସ୍ତା କାମ ଠିକ ଠାକ ଚାଲିଛି ଟିକେ ବର୍ଷା ଯୋଗୁଁ ବାଲି ମାଟି ରାସ୍ତା କୁ ଆସିଗଲା ସେଥିପାଇଁ ପାଇଁ ପିଚୁ ସବୁ ଉଠିଯାଉଛି ।କାମ ଅନିୟମିତତା ହେଉଥିବା ଅଭିଯୋଗ ପାଇ ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚିଲେ ନିଜେ ମଧ୍ୟ ଦେଖିଲେ ଏବଂ ବୁଝି ପାରିଲେ ପ୍ରକୃତରେ ମାଟି ,ବାଲି, ଧୂଳି ଉପରେ ପିଚୁ ପଡିବା ଯୋଗୁଁ ପିଚୁ ଉଠି ଯାଉଛି ।ଯଦି ରାସ୍ତା କାମ ପୁଣି ଥରେ ଭଲ ଭାବରେ ନ କରେ ତା ହେଲେ ସଂପୃକ୍ତ କାମର ବିଲ ପାସ ନ କରିବାକୁ ପ୍ରତିଶୃତି ମଧ୍ୟ ଦେଲେ । ସଂପୃକ୍ତ ରାସ୍ତା କାମରେ ଅନିୟମିତତା ଏବଂ ନିମ୍ନମାନର ହେଉଥିବା ଜାଣିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ କରଞ୍ଜିଆ କି ପ୍ରକାର ପଦକ୍ଷେପ ନେଇଛନ୍ତି ଦେଖିବାକୁ ବାକି ରହିଲା ।

Comments
Loading...