କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା


ମାଲକାନଗିରି ତା ୦୨.୦୫.୨୧ : ସାମ୍ବାଦିକ ମାନେ ନିଜ ଜୀବନକୁ ବିପନ୍ନ କରି କୋଭିଡ୍ ମହାମାରି ସମୟରେ ଦୈନଦିନ ଘଟଣା ଲୋକ ଲୋଚନକୁ ଆଣିବା ସହ କରୋନା ସଂକ୍ରମିତ ରୋଗରୁ ମୁକ୍ତି ପାଇଁ ସାରା ରାଜ୍ୟରେ ବିଭିନ୍ନ ସମୟରେ ଲୋକ ମାନଙ୍କୁ ସଚେତନ କରାଇ ଆସୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆମ ରାଜ୍ୟରେ ଅନେକ ଗଣମାଧ୍ୟମ ପ୍ରତିନିଧୁ କରୋନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇବା ସହ ସେମାନଙ୍କ ପରିବାରକୁ ଦୁଖରେ ଭସାଇ ଦେଇଛନ୍ତି । ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭାର ଅନୁଷ୍ଠିତ ହୋଇଥିଲା । ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ପରିବାର ବର୍ଗଙ୍କୁ ଭଗବାନ ଶକ୍ତି ଓ ସାହାସ ଦେବା ସହ ଏହି ସମୟରେ ଧୋର୍ଯ୍ୟ ଧରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା । ସାମ୍ବାଦିକ ମାନଙ୍କ କାର୍ଯ୍ୟକଳାପ ଏବଂ ମୃତ୍ୟୁ ଖବର ରାଜ୍ୟ ସରକାର ମିୟମାଣ ହେବା ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଆଗଧାଡ଼ିର କରୋନା ଯୋଧା ଘୋଷଣା କରିଥିବାରୁ ସଂଘ ତରଫରୁ ରାଜ୍ୟ ସରକାର ଓ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଦୁର୍ଯ୍ୟୋଧନ ପାତ୍ର , ସମ୍ପାଦକ ସତ୍ୟନାରାୟଣ ଦାସ , କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର , ଯୁଗ୍ଧ ସମ୍ପାଦକ ସନୁ ଅନୁଗୁ ସହ ସଙ୍ଘର ୩୦ ରୁ ଉର୍ଘ ସଦସ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Comments
Loading...