ରାଜ୍ୟ ବ୍ୟାପି ଲକ୍ ଡାଉନ ର ପ୍ରଥମ ଦିନ ମାଲକାନଗିରି

ଆଜି ରାଜ୍ୟ ବ୍ୟାପି ଲକ୍ ଡାଉନ ର ପ୍ରଥମ ଦିନ l ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ଆଜି ଲକ୍ ଡାଉନ କଡାକଡି ଭାବରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି l ଲକ୍ ଡାଉନ କଡାକଡିର ପ୍ରଭାବ ମାଲକାନଗିରି ଜିଲ୍ଲା ର କୁଡୁମୁଲୁଗୁମ୍ମା,ଖଇରପୁଟରେ ମଧ୍ଯ ଦେଖିବାକୁ ମିଳିଛି ।କୁଡୁମୁଲୁଗୁମ୍ମା ତହସିଲଦାର ଶ୍ରୀ ବିଜୟ କୁମାର ମାଣ୍ଡାଙ୍ଗି, ଫାଣ୍ଡି ଅଧିକାରୀ ଶ୍ରୀ ଗିରିଶ ଚନ୍ଦ୍ର ମହାରଣା ଓ ତାଙ୍କ ଟିମ୍ ସହ ଖଇରପୁଟ ବିଡ଼ିଓ ଶ୍ରୀ ହୃବାନନ୍ଦ ସାହୁ ସହରର ବିଭିନ୍ନ ଛକ ଠାରେ ସମସ୍ତ ପ୍ରକାରର ଗାଡି ଗୁଡିକୁ ତନ ତନ ଯାଞ୍ଚ କରୁଯାଉଥିଲା l ଜନ ସାଧାରଣଙ୍କୁ ସଚେତନ କରିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ,ଘରେ ରୁହନ୍ତୁ, ବିନା କାରଣ ରେ ବାହାର କୁ ଆସନ୍ତୁ ନାହିଁ ବୋଲି ସଚେତନ ମଧ୍ୟ କରୁଥିଲେ l କୋଭିଡ ନିୟମକୁ ଉଲଂଘନ କରୁଥିବା ଅମାନିଆଙ୍କୁ ସଚେତନ କରିବା ସହ ତାଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିଲା l

Comments
Loading...