ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

୪ର୍ଥ ଶ୍ରେଣୀରେ ପାଠପଢୁଥିବା ୮ବର୍ଷର ଝିଅ ଗୁରୁବାରୀ ମାଢି କିଡିନି ରୋଗରେ ଆକ୍ରାନ୍ତ ଏହା ଜାଣିବା ପରେ ଭାଙ୍ଗି ପଡିଛନ୍ତି ଘର ଲୋକ l ହଠାତ ଦିନେ ଝିଅର ହାତଗୋଡ଼ ଫୁଲି ଦେହ ଅସୁସ୍ତ ହେବାରୁ ବାପା ହାତୀମାଢି ଝିଅକୁ ଚିକିତ୍ସା ପାଇଁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟରେ ନେଇଥିଲେ । କିନ୍ତୁ ସେଠାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରି ଦିଆଯାଇଥିଲା । ସେଠାରେ ଜାଣିବାକୁ ପାଇଥିଲେ ଝିଅଟି କିଡିନି ରୋଗରେ ଆକ୍ରାନ୍ତ l ଏହି ଖବର ଜାଣିବା ପରେ ପିତା ହାତୀରାମ ଓ ପରିବାର ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ l ହାତୀମାଢିଙ୍କ ଘର ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ନିକଟସ୍ତ ଟେକଗୁଡା ଗ୍ରାମରେ l ଝିଅର ଚିକିତ୍ସା ନିମନ୍ତେ ଲମତାପୁଟ ଆସାକୀରଣ ହସ୍ପିଟାଲ ଓ ତାପରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଝିଅକୁ ଦେଖାଇଥିଲେ। ଚିକିତ୍ସାରେ ସବୁ ଟଙ୍କା ଅଭାବରୁ ସେ ଆଉ ଝିଅର ଚିକିତ୍ସା କରିନପାରି ଝିଅକୁ ଘରକୁ ନେଇ ଆସିଥିଲେ। ଝିଅର ବାପା ହାତୀମାଢି ଜଣେ ଗରୀବ ଶ୍ରେଣୀର ଆଦିବାସୀ ଲୋକ ହୋଇଥିବାରୁ ସେ ଝିଅର ଚିକିତ୍ସା ଆଉ କରି ପାରୁନାହାନ୍ତି l ଯଦି ସରକାରଙ୍କ ପକ୍ଷରୁ କୈଣସି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଗଲେ ସେ ଝିଅକୁ ସୁସ୍ତ କରିପାରନ୍ତେ l

Comments
Loading...