ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ଗଲା କାଟି ହତ୍ୟା

ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ଗଲା କାଟି ହତ୍ୟା କରାଯାଇଛି l ଏଭଳି ବିଭତ୍ସ କାଣ୍ଡ ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନୀଲିଗୁଡା ଗ୍ରାମରେ ଘଟିଛି l ସୂଚନା ଅନୁସାରେ ଦୁଇ ଅଜଣା ବ୍ୟକ୍ତିଙ୍କ ସହ ବୁଦୁରା ପଡିଆମି ଗତକାଲି ସନ୍ଧ୍ୟା ସମୟରେ ନିଜ ଘର ପାଖରେ କଥା ବାର୍ତ୍ତା କରୁଥିଲେ l ରାତି ପ୍ରାୟ ୮ ଟା ବେଳେ ଉକ୍ତ ଦୁଇ ଅଜଣା ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ବୁଦୁରାର ଗଳାକୁ କାଟିଦେଇଥିଲେ, ଫଳରେ ସେ ଘଟଣାସୁଳରେ ହିଁ ପ୍ରାଣ ହରାଇଥିଲା ।ବୁଦୁରାର ସ୍ତ୍ରୀ ଘର ବାହରକୁ ଆସି ଦେଖୁଲା ବେଳେକୁ ବୁଦୁରାର ମୃତଦେହ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ବାରଣ୍ଡାରେ ପଡ଼ି ରହିଥିଲା ।ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପଡିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Comments
Loading...