କରୋନା ମହାମାରୀର ଦ୍ୱିତୀୟ ଲହରିରକୁ ଦେଖି ଆଇ.ଏଚ.ଆର.ସି ତରଫରୁ ଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ

ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରିର ତାଣ୍ଡବ ବଡିବାରେ ଲାଗିଛି l ପ୍ରତି ଦିନ କରୋନା ପଜିଟିଭ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି l ମାଲକାନଗିରି ସୀମାନ୍ତରେ ଛତିଶଗଡ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି ତେଣୁ ପ୍ରଶାସନ ତରଫରୁ ବଡ଼ରକୁ ସିଲ କରିଦିୟାଯାଇଛି l ଏହାକୁ ନଜରରେ ରଖି ଜିଲ୍ଲା ସୀମାନ୍ତ ରେ ଥିବା ଗ୍ରାମଗୁଡିକ ଯାହାକି ଆଦିବାସୀ ଅଧୁଷିତ ଅଞ୍ଚଳ ସେମାନଙ୍କୁ କରୋନା ମହାମାରୀ ରୁ ସଚେତନ ଓ ସୁରକ୍ଷା ନିମନ୍ତେ ମାସ୍କ ଓ ସାନିଟାଏଜର ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ଠାରେ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ (ଆଇ.ଏଚ.ଆର.ସି ) ତରଫରୁ କରଯାଇଥିଲା l

ହ୍ୟୁମାନ ରାଇଟ କମିଶନ ଜିଲ୍ଲା ସଭାପତି ଉକ୍ତ ସଭରେ ଜଣ ସାଧାରଣଙ୍କୁ ଅବଗତି ନିମନ୍ତେ ମାସ୍କ ଓ ସାନିଟାଏଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରଖିବା, ଅଯଥା ଘରୁ ନ ବାହାରିବା l ଆଜିର ଏହି କାର୍ଯ୍ୟକ୍ରମ ସଭାପତି ଶ୍ରୀନିବାସ ପାତ୍ର ଙ୍କ ସହ କାର୍ଯ୍ୟକାରୀ ସଭାପତି ଅପୂର୍ବ ଥଣ୍ଡର,ଉପ ସଭାପତି ଅସିମ ବିଶ୍ୱାସ,ଜିଲ୍ଲା ସଂଯୋଜକ ବସନ୍ତ କୁମାର ଜେନା,ଓ ଜେମସ ଲୁଇସ ସହଯୋଗ କରିଥଲେ । ଆଗାମୀ ଦିନରେ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ପକ୍ଷରୁ ଏହିଭଳି ଜନହିତକର କାର୍ଯ୍ୟ ଜାରିରହିବ ।

Comments
Loading...