ଭ୍ରାମ୍ୟମାଣ କୋଭିଡ ଟେଷ୍ଟିଙ୍ଗ କେନ୍ଦ୍ର

ମାଲକାନଗିରି, – ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛନ୍ତି ନିଆରା ପଦକ୍ଷେପ l କରୋନା ମହାମାରୀର ଦ୍ୱିତୀୟ ଲହରିର ତାଣ୍ଡବ ଓ ମାଲକାନଗିରି ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣଙ୍କ ସଂଖ୍ୟାକୁ ଦେଖି ଜିଲ୍ଲା ପ୍ରଶାସନ ଜିଲ୍ଲା ସଦର ମହକୁମାରେ ଖୋଲିଛନ୍ତି ଭ୍ରାମ୍ୟମାଣ କୋଭିଡ ଟେଷ୍ଟିଙ୍ଗ କେନ୍ଦ୍ର l ମାଲକାନଗିରି DNK ଖେଳ ପଡିଆ ଠାରେ ଏହି ସେଣ୍ଟର ଖୋଲା ଯାଇଛି l ଖେଳ ପଡିଆର ଆଖପାଖରେ ଥିବା ବ୍ୟବସାୟୀ ଓ ସେହି ଅଞ୍ଚଳର ଲୋକଙ୍କର ଟେଷ୍ଟିଙ୍ଗ କରିବାର ବ୍ୟବସ୍ଥା ଏଠାରେ କରାଯାଇଛି l ଭ୍ରାମ୍ୟମାଣ କୋଭିଡ ଟେଷ୍ଟିଙ୍ଗ କେନ୍ଦ୍ର ଦ୍ଵାରା ପ୍ରତିଦିନ ଅଧିକରୁ ଅଧିକ ଲୋକଙ୍କର କୋଭିଡ ଟେଷ୍ଟିଙ୍ଗ କରାଯାଇପାରିବ l

Comments
Loading...