ଭାରତ ବନ୍ଧ ପୂର୍ବରୁ ମାଓ ସଙ୍ଗଠନର ହିଂସାକାଣ୍ଡ ଜାଳିଦେଲେ 8 ରୁ ଅଧିକ ଗାଡି

ମାଓ ସଙ୍ଗଠନ ତରଫରୁ ଆସନ୍ତାକାଲି ସୋମବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ପୂର୍ବରୁ ମାଓ ସଂଗଠନ ନିଜର ସ୍ଥିତି ଜାହିର୍ କରିବା ପାଇଁ ଜାଳି ଦେଲେ 8 ରୁ ଅଧିକ ଗାଡି l ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମାରେ ଲାଲ୍ ବାହିନୀ କରିଛନ୍ତି ଏହି ହିଂସାକାଣ୍ଡ l ଗାଡି ଜାଳିବା ସହ ନିଜକୁ ମାଓବାଦୀ କହି କିଛି ଯୁବକଙ୍କୁ ଧମକ ମଧ୍ୟ ଦେଇଛନ୍ତି l ଏହି ଘଟଣାଟି ଏରାବୋର ଅଞ୍ଚଳର ୩୦ ନମ୍ବର ଜାତୀୟ ରାଜପଥରେ ନକ୍ସଲ ମାନେ ଏପରି ହିଂସାକାଣ୍ଡ ଘଟାଇ ଥିବା ଜଣାପଡ଼ିଛି ।ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର ମାଓବାଦୀ । ମାଓ ସଂଗଠନ ଦ୍ଵାରା ଗାଡି ପୋଡିବା ଖବର ଜାଣିବା ପରେ ସୁକୁମା ପୋଲିସ ଓ ଡିଆରଜି ବାହିନୀଙ୍କୁ ଘଟଣା ସ୍ଥଳକୁ ପଠା ଯାଇଥିବା ସୁକୁମା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments
Loading...