ମାଲକାନଗିରି ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଜିଠୁ ନାଇଟ କର୍ଫ୍ୟୁ

କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟlୟ ଅତ୍ୟନ୍ତ ଭୟଙ୍କର ହେଉଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଓ ଜିଲ୍ଲପାଳଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ସହର ଆଜିଠୁ ନାଇଟ କର୍ଫ୍ୟୁ । ଜିଲ୍ଲପାଳଙ୍କ ନିଷ୍ପତ୍ତି କ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଦୋକାନ ବଜାର ସବୁଦିନ ସନ୍ଧ୍ୟା 6 ଟା ରୁ ପରଦିନ ସକାଳ 5 ଟା ପ୍ରଯ୍ୟନ୍ତ ନାଇଟ କର୍ଫ୍ୟୁ ରହିବ l ଏହି ସମୟରେ ଅତ୍ୟାଆବଶ୍ୟକ ଜରୁରୀ ସେବା ଯୋଗାଉଥିବା ସରକାରୀ କର୍ମଚାରୀ ଯଥା ପୋଲିସ, ଡାକ୍ତର, Ambulance, ଔଷଧ ଦୋକାନ ଓ ଅନ୍ୟାନ୍ୟ ଦୋକାନ ପାଇଁ ଏହି କଟକଣା କୋହଳ କରାଯାଇଛି l ଆଜି ଠାରୁ ଜିଲ୍ଲାର ସବୁ ଫାଷ୍ଟ ଫୂଡ଼ ଦୋକାନ ହୋଟେଲ ବନ୍ଧ କରିବା ସହ ଜିଲ୍ଲା ମୁନିସିପାଲିଟି ଓ NAC ର ସବୁ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ସବୁ ସପ୍ତାହର ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଧ ରହିବ lଏହା ସହ ସବୁ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ ହଷ୍ଟେଲ 19:04:2021 ତାରିଖରୁ ବନ୍ଧ ରହିବ l କୌଣସି କୋଚିଙ୍ଗ ସେଣ୍ଟର ଅଫ ଲାଇନ ମଧ୍ୟମରେ କୋଚିଙ୍ଗ ଦେଇ ପାରିବେ ନାହିଁ l କେବଳ Virtual କିମ୍ବା Online କୋଚିଙ୍ଗ ସେବା ପ୍ରଦାନ କରି ପାରିବେ l ବିବାହ ଉତ୍ସବରେ ସର୍ବାଧିକ 50 ଜଣ ଲୋକ ଓ ଶୁଦ୍ଧିକ୍ରିୟାରେ 20 ଜଣ ଲୋକ ନେଇ କୋଭିଡ ଗାଇଡ଼ଲାଇନ ଅନୁପାଳନ ସହିତ ଅନୁମତି ନେଇ ଆୟୋଜନ କରି ପାରିବେ l

Comments
Loading...