କରୋନା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଛି ବିଶିଷ୍ଟ ବ୍ୟବସାୟୀ ଏମ.ଲକ୍ଷ୍ମଣ ରାଓ

ମାଲକାନଗିରି: ବିଶିଷ୍ଟ ବ୍ୟବସାୟୀ ଏମ,ଲକ୍ଷ୍ମଣ ରାଓଙ୍କ ଅକାଳ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ଏମ,ଲକ୍ଷ୍ମଣ ରାଓ ବା ଲକ୍ଷ୍ମୀ 55 ବର୍ଷ ବୟସରେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଛି।ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପତ୍ନୀ ଓ ତିନି ପୁତୁରା ତାଙ୍କ ନିକଟରେ ଥିବା ଜଣା ପଡ଼ିଛି।ଖବର ନେଵାରୁ ଜଣାପଡିଛି ଯେ ଲକ୍ଷ୍ମୀଙ୍କୁ କରୋନା ରେ ପିଡୀତ ହୋଇଥିଲେ ବିଶାଖାପାଟଣା ରେ ଚିକିତ୍ସିତ ହେଉଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।କରୋନା କଟକଣାକୁ ଦୃଷ୍ଟିରେ ରଖି ପରିବାର ଓ ଆତ୍ମୀୟ ସୋଜନ ବିଶାଖାପାଟଣା ପହଞ୍ଚି ଥିଲେ ଓ ସେହିଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି ଖବର ମିଳିଛି।ଏହି ଖବର ଜିଲ୍ଲାବାସୀ ଶୁଣିବା ପରେ ପୁରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।ଲକ୍ଷ୍ମୀ ଜଣେ ବେଶ ଜଣାଶୁଣା ବ୍ୟବସାୟୀ ସହିଗ ଜଣେ ମିଳାପୀ ଲୋକ ଥିଲେ ସେ ।ଏପରି ଦୁଃଖଦ ଖବର ଶୁଣିବା ପରେ ଜିଲ୍ଲାର ସମସ୍ତ ବ୍ୟବସାୟୀ ଓ ସାଧାରଣ ଲୋକ ତାଙ୍କର ଗୋବିନ୍ଦପାଲ୍ଲୀ ସ୍ଥିତ ବାସଭବନ ରେ ଓ ବସ୍ ଷ୍ଟାଣ୍ଡ ରେ ପହଞ୍ଚି ଶୋକ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Comments
Loading...