ଲସି ପି ନାବାଳିକାର ମୃତ୍ୟୁ ଓ ଅନେକ ଗୁରୁତର

ଗତ ଶୁକ୍ରବାର କୁର୍ତ୍ତୀ ସାପ୍ତାହିକ ହାଟରୁ ବିଶାକ୍ତ ଲସି ପିଇ ଶତାଧିକ ଲୋକ ଗୁରୁତର ହୋଇଥିଲେ l ସେମାନଙ୍କ ମଧ୍ୟରୁ ସିମିଳିବାଞ୍ଚା ଗ୍ରାମର ୧୨ ବର୍ଷର ଝିଅ ମାଡକାମି ମଳିକା ଗତକାଲି ଚିକିତ୍ସାଧିନ ଅବସ୍ତାରେ ପଡିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ବରଣ କରିଛି । ଲସି ପି ଝିଅର ମୃତ୍ୟୁ ହେବା ଯୋଗୁଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତରୁ ପୋଲିସ MPV70 ଗ୍ରାମର ଶୁକଦେବ ପୋଦ୍ଦାର,ସାମଲ ପୋଦ୍ଦାର ସହ ତାରକ ମଣ୍ଡଳକୁ ଏମ.ଭି.୭୯ ଥାନା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ସେଦିନ କୁର୍ତ୍ତୀ ସାପ୍ତାହିକ ହାଟରେ ଲସି ବିକ୍ରି କରିଥିବା ଦୁଇ ଜଣ ବ୍ୟବସାୟୀ ବାପ ପୁଅ l ଗିରଫ ପରେ ଏହି ୩ ଜଣଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଛନ୍ତି ।

Comments
Loading...