ଜାତୀୟ ସ୍ତରୀୟ ତୀରନ୍ଦାଜିରେ ରୌପ୍ୟ ପଦକ ଜିତି ପେଟ ପୋଷିବା ପାଇଁ ଗୋଟାଉଛନ୍ତି ମହୁଲ

ମାଲକାନଗିରି ଜିଲ୍ଲାକୁ ଆଦିବାସୀ ଅଧୁସୀତ ଅଞ୍ଚଳ କହିଲେ କୌଣସି ଭୁଲ ହେବ ନାହିଁ l ମାଲକାନଗିରି ଭଳି ଏକ ଅପହଞ୍ଚ ଅଞ୍ଚଳରେ ଶିକ୍ଷାର ଅଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ ଲୋକମାନେ ବଞ୍ଚିତ ଅଛନ୍ତି ନିଜର ମୌଳିକ ସୁବିଧାରୁ l ଆଦିବାସୀ ଅଧୁସୀତ ଅଞ୍ଚଳର ବାଳକ ଏରା ତାଟି, 15 ବର୍ଷ ବୟସରେ ଜାତୀୟ ବିଦ୍ୟାଳୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ମାଲକାନଗିରି ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ।ଆଦିବାସୀ ଅଞ୍ଚଳରେ ରହୁଥିବାରୁ ଏରା ତାତି ଛୋଟ ଦିନରୁ ପାରମ୍ପରିକ ଧନୁ-ତୀରର ପ୍ରୟୋଗ କରିବା ଶିଖିଯାଇଥିଲେ, ଯାହାକି ତାଙ୍କୁ ତୀରନ୍ଦାଜି ଖେଳରେ ଆଗେଇ ବାକୁ ସାହାଯ୍ୟ କରିଥିଲା । ପ୍ରତିଭାବାନ ଏରା ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରରେ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଥିଲେ । ସୁନାମ ଅର୍ଜନ କରୁଥିବା ଏରା ହାର ମାନିଲା ଭାଗ୍ୟ ଆଗରେ, ମା’ଙ୍କ ଗତ ୧୭ ଦିନ ପୂର୍ବେ ଦେହାନ୍ତ ହୋଇଥିଲା l ଏହା ପରେ ଏରା ମା’ଙ୍କ ଶେଷକୃତ୍ୟ କାମ ସାରିବାକୁ ଆସି ନିଜ ଗ୍ରାମରେ ରହି ଯାଇଥିଲେ ।ଏରା ର ଗ୍ରାମ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଲାବରମ ଗ୍ରାମରେ l ମା’ଙ୍କ ମୃତ୍ୟୁ ହେବା ଯୋଗୁ ଦି ମୁଠା ଖାଇବା ଯୋଗାଡ଼ ପାଇଁ ଭାଇ ଭଉଣୀଙ୍କ ସହ କାନ୍ଧକୁ କାନ୍ଧ ମିଶେଇ ଠିଆ ହୋଇଥିବା ବେଳେ ନିଜ ପ୍ରତିଭା ଓ ସ୍ୱପ୍ନ, ତୀରନ୍ଦାଜି ଠାରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛି । ଏରାଙ୍କ ବାପା ଭଜି ତାଟି ପ୍ରାୟ ୮ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇ ଆଜି ପର୍ଯ୍ୟନ୍ତ ନିଖୋଜ lନିଜ ପରିବାରରେ କେହି ଦେଖିବାକୁ ନଥିବାରୁ ବଡ଼ ଭାଇ ଗାଙ୍ଗରାଜ(୧୮) ଏବଂ ସାନ ଭଉଣୀ ଭିମେ(୧୨)ଙ୍କ ସହ ଏରାଙ୍କ ଦି ଓଳି ଖାଇବା ପାଇଁ ଯଥେଷ୍ଟ ଅର୍ଥ ନଥିବାରୁ ତିନି ଭାଇ ଭଉଣୀ ମହୁଲ ଗୋଟେଇ ଏବଂ ତାକୁ ବିକ୍ରି କରି ଯେଉଁ ଅର୍ଥ ଆସେ ଦୈନନ୍ଦିନର ଖର୍ଚ୍ଚ ସହ କଷ୍ଟରେ ତିନି ପ୍ରାଣୀଙ୍କ ପେଟ ପସିବାରେ ନିୟୋଜିତ କରିଥାନ୍ତି ।ଏରା ନିଜ ଭାଇ ଭଉଣୀ ସହ ନିଜର ଭବିଷ୍ୟତ ପାଇଁ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାକୁଳ ଅନୁରୋଧ କରିଛନ୍ତି ।ଏରାର ପରିବାର ସହ ତୀରନ୍ଦାଜି ପ୍ରତି ସରକାର ଧ୍ୟାନ ଦେଲେ ଆମ ରାଜ୍ୟ ତଥା ଦେଶ ପାଇଁ ଅଧିକ ଗୌରବ ଓ ସୁନାମ ଆଣିବ ବୋଲି ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ l

Comments
Loading...