କରୋନା ସଚେତନା ରଥ ଗଡ଼ିଲା କାଲିମେଳା MV-79 ଅଞ୍ଚଳ ଦେଇ ମୋଟୁ ସୀମାନ୍ତ ପ୍ରଯ୍ୟନ୍ତ

ଜନସାଧାରଙ୍କୁ ସଚେତନତା କରିବା ନିମନ୍ତେ ଆରମ୍ଭ ହେଇଥିବା କରୋନା ସଚେତନା ରଥ ଆଜି କାଲିମେଳା, MV-79 ଅଞ୍ଚଳ ଦେଇ ମୋଟୁ ସୀମାନ୍ତରେ ପହଞ୍ଚିଲା l ସଚେତନତା ରଥ କାଲିମେଲା ବ୍ଲକ, MV-79 , ମୋଟୁ ଅଞ୍ଚଳର ବିଭିନ୍ନ ପଂଚାୟତ ରେ ବୁଲି ବୁଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧରଙ୍କୁ ସଚେତନତା କରୁଥିଲେ l ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଲୋକଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ ଦେବା ସହ ଲୋକମାନକୁ କୋଭିଡି ନିୟମକୁ ମାନିବାକୁ ସଚେତନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ କାଲିମେଳା ଠାରେ କାଲିମେଳା BDO ଉମାଶଙ୍କର ଦଳେଇ, ଥାନା ଅଧିକାରୀ ଜଗଦୀଶ ବାରା, ବ୍ଳକ ଚେରମେନ ମାଲା ମାଡ଼ି ଯୋଗ ଦେଇଥିଲେ l ମୋଟୁ ଚେକ ପଏଣ୍ଟ ରେ ମୋଟୁ ତହସିଲଦାର ସସାଙ୍ଗ ମିଶ୍ର ଉପସ୍ଥିତ ରହି ସଚେତନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ତହସିଲଦାର ମିଶ୍ର ବାବୁ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା ଓ ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ର ଙ୍କୁ ଏପରି ଜନସଚେତନତା ଅଭିଯାନ ଆରମ୍ଭ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Comments
Loading...