୮ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଦିଆଗଲା ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ

ମାଲକାନଗିରି 28.04.2021( ବିବେକାନନ୍ଦ ନାଥ )ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ବ୍ଲକ ତରଫରୁ ୮ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ଯେଉ ବ୍ୟକ୍ତି ମାନଙ୍କର ଶରୀରର ଶତକଡ଼ା ୮୦ ଭାଗରୁ ଉର୍ଦ୍ଧ ଭିନ୍ନକ୍ଷମ ଅଛି, ସେମାନଙ୍କୁ ହିଁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟ କ୍ରମରେ ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢୀ, ବ୍ଲକ ଚେୟାରମ୍ୟାନ ଶ୍ରୀ ମାଲା ମାଢୀ, BSSO ଶ୍ରୀ ଦେଶା କମରାମ୍, ବିଡିଓ ଶ୍ରୀ ଉମାଶଙ୍କର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...