୩୪ ଗୋଟି ପିଆଶାଳ ପଟା ଓ ୯ ଗୋଟି ଶାଗୁଆନ ଗଣ୍ଡୀ ସହ ଦୁଇ ଅଭିଯୁକ୍ତ ଗିରଫ

ବିଶେଷ ସୂତ୍ରରୁ ଖବରପାଇ ମାଲକାନାଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମାସାପାଲ୍ଲି ପଞ୍ଚାୟତ କାମାଲିଗୁଡ଼ା ଗ୍ରାମ ନିକଟ ତାମସା ନଦୀ ନିକଟରେ ଚଢାଉ କରିଥାଲେ ।ଚଢାଉ ସମୟରେ ବନ ବିଭାଗ ଅଧିକାରୀ ସେଠାରୁ ୩୪ ଗୋଟି ପିଆଶାଳ ପଟା ଓ ୯ ଗୋଟି ଶାଗୁଆନ ଗଣ୍ଡୀ ଜବତ କରିଥିଲେ l ଘଟଣା ସ୍ଥଳରୁ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖୀ ପଚରାଉଚରା ଜାରିରହିଛି । ଜବତ କାଠ କୁଡ଼ିକର ଆୟତନ ମୋଟ ୬୦ ଘନ ଫୁଟ୍ ଓ ଏହାର ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷ ଟଙ୍କା ହେବା ।ଘଟଣାର ସଂପୂର୍ଣ ତଥ୍ୟ ସଂଗ୍ରହ ଓ ମୁଖ୍ୟ ଆସାମୀଙ୍କୁ ଧରିବା ନିମନ୍ତେ ଅଧିକ ତଦନ୍ତ ଚାଲୁରଖିଛନ୍ତି । ବନବିଭାଗ ମାଲକାନଗିରି ଗୋଟିଏ ବନ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି l ଏହି ଚଢ଼ାଉରେ ପାର୍ଣ୍ଡ୍ରିପଣି ବନପାଳ ମୋହନ ଗୁଡ଼ିଆ , ଏମ୍ ଭି ୧୭ ବନପାଳ ଦିବାକର ଜେନା , କୋରୁକୋଣ୍ଡା ବନପାଳ ରାଜେଶ କୁମାର ସେଠୀଙ୍କ ସହ ସମସ୍ତ ବନରକ୍ଷୀ ଓ ସୁରକ୍ଷା ସ୍ୱାଡ ଅଂଶଗ୍ରହଣ କରିଥିଲେ ।

Comments
Loading...