ବାଲିଗୁଡାରେ ଦୁଇ ଦିନିଆଁ ସପ୍ତାହାନ୍ତ ବନ୍ଦ: ଯାନବାହାନ ଚଳାଚଳ ବନ୍ଦ | ବଜାର ଅଞ୍ଚଳ ଜନଶୂନ୍ୟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ଶନିବାର ଓ ରବିବାର ଏହି ଦୁଇଦିନ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ ଘୋଷଣା କରାଯାଇଛି ।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ଏନଏସି ରେ ସଟ୍ ଡାଉନ୍ ଓ ନାଇଟ୍ କର୍ଫ୍ୟୁ କୁ ନେଇ ବାଲିଗୁଡା ତହସିଲ ପକ୍ଷରୁ ଅଞ୍ଚଳର ବିଭିନ୍ନ ବ୍ଯବସାୟୀକ ସଂଗଠନ ମାନଙ୍କୁ ସଚେତନତା କରାଯାଇଥିଲା ।ତେବେ ବାଲିଗୁଡା ବଜାର ମଧ୍ୟ ଏହି ସଟ୍ ଡାଉନରେ ସାମିଲ୍ କରାଯାଇଛି l ସମଗ୍ର ବାଲିଗୁଡା ଅଞ୍ଚଳରେ ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। ସଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିଥିଲା । ତେବେ ଅଞ୍ଚଳ ଲୋକେ ଏହି ସଟ୍ ଡାଉନକୁ ସ୍ବତ ପ୍ରବୃତ୍ତ ଭାବେ ମାନୁଥିବା ଦେଖିବାକୁ ମିଳିଛି। ରାସ୍ତା ଘାଟ ଖାଁ ଖାଁ ଦେଖିବାକୁ ମିଳିଛି। ଯାନବାହାନ ସହ ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଥିବା ବେଳେ ସଟ୍ ଡାଉନ୍ କୁ ସ୍ବାଗତ କରିବା ସହ ପ୍ରଶାସନକୁ ଲୋକେ ସହଯୋଗ କରୁଥିବା କହିଛନ୍ତି। ଏହି ଦୁଇ ଦିନିଆଁ ସଟ ଡାଉନ ସୋମବାର ସକାଳ ପର୍ଯ୍ୟନ୍ତ ଲାଗୁ ରହୁଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ତହସିଲଦାର ଶଶାଙ୍କ ଶେଖର ପାତ୍ର ଲଗାତାର ପଇଁତରା ମାରୁଥିବା ଦେଖିବାକୁ ମିଳିଛି l

Comments
Loading...