କୋଭିଡ କେୟାରରେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ଚିକିତ୍ସା ଅବହେଳାରୁ କରନା ରୋଗୀଙ୍କ ମୃତ୍ୟୁ l ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋଭିଡ ହସ୍ପିଟାଲରେ l ଗତ ମଙ୍ଗଳବାର ଦିନ ଗୁରୁତର ଅବସ୍ଥାରେ ମହିଳାଙ୍କୁ ମାଲକାନଗିରି କୋଭିଡ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ମହିଳା ଜଣକ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ପରିବାର ଲୋକଙ୍କୁ କହିଥିଲେ l କିନ୍ତୁ ଆଜି ହଠାତ କେମିତି ସୁସ୍ଥ ମହିଳା ମୃତ୍ୟୁ ବରଣ କଲେ ତାହାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଚିକିତ୍ସା ଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆଣିବା ସହ ସିଡିଏମ ଙ୍କ ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଉତ୍ତେଜନା । ଘଟଣା ସ୍ଥଳରେ ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ।

Comments
Loading...