ମହିଳା ମାନେ ବିରୋଧ କଲେ ମଦ ଦୋକାନ ନିର୍ମାଣକୁ

ମଦ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ, ଏହା ଜାଣି ମଧ୍ୟ ଲୋକେ ଏହାକୁ ପିଉଛନ୍ତି l ମଦ ପିଉଥିବା ଲୋକମାନେ ମଦ ପିଇବା ପରେ ଝଗଡା, ଗାଳିଗୁଲଜ, ମାଡପିଟ କରିଥାନ୍ତି l କେବଳ ଏତିକି ନୁହେଁ ମଦ ପିଇବା ପରେ ମଦ ବୋତଲକୁ ମଧ୍ୟ ଭାଙ୍ଗିବ ଦେଇଥାନ୍ତି lମଦୁଆ ମାନଙ୍କ ଯୋଗୁଁ ମଦ ଦୋକାନ ଆଖପାଖ ଘର କରି ରହୁଥିବା ଝିଅ ବୋହୁ ପିଲାଛୁଆ ପରିବାର ସଦସ୍ୟା ମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି lସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନିକଟସ୍ଥ ଶାଳବନ ନିକଟରେ ନୂତନ ବିଦେଶୀ ମଦ ଦୋକାନ ନିର୍ମାଣ କାର୍ଯ୍ୟ ଚାଲୁ ଥିଲା l ଦୋକାନ ନିର୍ମାଣ କାର୍ଯ୍ୟକୁ ବନ୍ଧ କରିବା ନିମନ୍ତେ ମହିଳା ମାନେ SHG ଗ୍ରୁପ, BDO, ସରପଞ୍ଚ, ବ୍ଲକ ଚେୟାରମ୍ୟାନ, ତହସିଲଦାର ତଥା ଜିଲ୍ଲା ପରିଷଦଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ମହିଳା ମାନଙ୍କ କହିବା ଅନୁସାରେ ମଦ ଦୋକାନ ଯଦି କୌଣସି ଅଞ୍ଚଳ ମଧ୍ୟରେ ହୁଏ ତେବେ ଅନେକ ଅସୁବିଧା ହେଇଥାଏ l ତେଣୁ ଲିଖିତ ଅଭିଯୋଗ ଆଧାରରେ BDO, ସରପଞ୍ଚ, ବ୍ଲକ ଚେୟାରମ୍ୟାନ, ତହସିଲଦାର ପ୍ରତିଶୃତି ଦେଇଛନ୍ତି ସେଠାରେ ମଦ ଦୋକାନ ତିଆରି ହେବ ନାହିଁ l

Comments
Loading...