ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଚାନ୍ଦା ଆଦାୟ କରୁଥିବା ନକଲି ମାଓବାଦୀ ଗିରଫ୍ I

କୋଶଲ ନ୍ୟୁଜ୍ ବ୍ୟୁରୋ : ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ନକଲି ମାଓବାଦୀ ଙ୍କୁ ଗିରଫ୍ କରିଛି ମ.ରାମପୁର ପୋଲିସ । କଳାହାଣ୍ଡି ଜିଲ୍ଲା ମ.ରାମପୁର ପୋଲିସ ଆଜି ଜଣକୁ ଗିରଫ କରିଥିବା ସହ ଦୁଇ ଜଣ ନାବାଳକକୁ ଅଟକ ରଖିଛି । ସୂଚନା ଅନୁସାରେ ମଦ ବ୍ୟବସାୟୀଙ୍କୁ ବିରୋଧ କରି ୨୦ ହଜାର ଟଙ୍କା ପୋଷ୍ଟର ଜରିଆରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ୨୪ ଘଣ୍ଟା ମଧ୍ୟରେ ଟଙ୍କା ପୈଠ କରିବା ପାଇଁ ଦାବି କରିବା ସହ ଆଦେଶ ର ଉଲ୍ଲଙ୍ଘନ କଲେ ମୃତ୍ୟୁ ଦଣ୍ଡାଦେଶ ଦେବାର ଚେତାବନୀ ଦେଇଥିଲେ । ତେବେ ମଦ ବ୍ଯବସାୟୀ ଜଣକ ଭୟଭୀତ ହୋଇ ଟଙ୍କା ପୈଠ କରିବା ପରେ ମ.ରାମପୁର ଥାନାରେ ଅଭିଯୋଗ କରିଥିଲେ I ଅଭିଯୋଗ କ୍ରମେ ମ.ରାମପୁର୍ ପୋଲିସ ତଦନ୍ତ କରି । ଜଣକୁ ଗିରଫ କରିବା ସହିତ ୨ ଜଣ ନାବାଳକୁ ଅଟକ ରଖିଛି ।
Comments
Loading...