ଚୋର ଧରିବ ଗୁଗଲ ମ୍ୟାପ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଚୋରୀ , ରାହାଜାନୀ ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ଯାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଛି । ଯାହାକୁ ଦୃଷ୍ଟି ରଖି କମିଶନରେଟ୍ ପୁଲିସ ଏକ ଅଭିନବ ଉପାୟ ଅବଲମ୍ବନ କରିବାକୁ ଯୋଜନା କରିଛି।

ବର୍ତ୍ତମାନ ଟେକ୍ନୋଲୋଜି ସହୟତାରେ ଚୋର ଧରିବାକୁ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ଚୋରର ଲୋକେସନକୁ ଟ୍ରାକ କରିବ ଗୁଗଲ ମ୍ୟାଚ୍। ଯାହା କମିଶନରେଟ୍ ପୁଲିସକୁ ଲୁଟେରା ଧରିବାରେ ସହାୟକ ହେବ । ଏଥିଲାଗି ପୁଲିସ ବିଭିନ୍ନ ଟେଲିକମ କମ୍ପାନୀର ସହାୟତା ନେବ । କେବଳ ଲୁଟେରା ନୁହଁନ୍ତି , ଜେଲ ଫେରନ୍ତାଙ୍କ ଉପରେ ବି ପୁଲିସ ପୁରା ନଜର ରଖିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।

Comments
Loading...