ଭର୍ଚୁଆଳ ମାଧ୍ୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

କୋଶଲ ନ୍ୟୁଜ୍ – ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନକ୍ରମେ ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫ ଓଡିଶା ଙ୍କ ନେତୃତ୍ୱରେ କରୋନା ଯୋଗୁଁ ଭର୍ଚୁଆଳ ମାଧ୍ୟମରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ ! ଯୋଗ ଶରୀର ପାଇଁ କେତେ ଆବଶ୍ୟକ ଓ ଉପକାରିତା ସେ ବିଷୟରେ ଉପସ୍ଥିତ ଅତିଥି ମାନେ ଅଭିବକ୍ତ ରଖିଥିଲେ!
ଉକ୍ତ ଭର୍ଚୁଆଳ ବୈଠକ ରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀ ଜୁଏଲ ଓରାମ, ସମ୍ମାନନିୟ ଅତିଥି ଭାରତୀୟ ହକି ଖେଳ ର ପୂର୍ବତନଅଧିନାୟକ ପଦ୍ମଶ୍ରୀ ଡକ୍ଟର ଦିଲୀପ ତୀର୍କୀ,ସୁନାମଧନ୍ୟ ଅଭିନେତ୍ରୀ ଶ୍ରୀ ଅର୍ଚ୍ଚିତା ସାହୁ, ମାନ୍ୟବର ସାଂସଦ ଶ୍ରୀ ସଂଗୀତା କୁମାରୀ ସିଂ ଦେଓ, ଓଡିଶା ୟୁନିସେଫ ଅଧ୍ୟକ୍ଷ ଶ୍ରୀ ମୋନିକା ନାଇଲସେନ, ଭାରତୀୟ ଯୁବ ବ୍ୟାପାର ଓ ମନ୍ତ୍ରଣାଳୟ ସହ ସମ୍ପାଦକ ଶ୍ରୀ ଅସିତ ସିଂ,ପ୍ରାଦେଶିକ ନିର୍ଦେଶକ ନେହେରୁ ୟୁବ କେନ୍ଦ୍ର ଓଡିଶା ଶ୍ରୀ ନବୀନ କୁମାର ନାଏକ, ରାଜ୍ୟ ନିର୍ଦେଶକ ନେହେରୁ ଯୁବ କେନ୍ଦ୍ର ଓଡିଶା ଶ୍ରୀ ରିତା ଭଗତ, ରାଜ୍ୟ ଶିଶୁରକ୍ଷା ଆୟୋଗୀ ଶ୍ରୀ ସଂନ୍ଧ୍ୟାବତୀ ପ୍ରଧାନ,ଯୋଗ ଗୁରୁ ଡକ୍ଟର ଦୀନେଶ ପ୍ରସାଦ ସ୍ୱାଇଁ ଓ ଡ଼କ୍ଟର ପ୍ରତିଭା ଶ୍ରୀ ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମ ର ପରିଚାଳକ ଶ୍ରୀ ଦେବଦାଶ ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ ମାନ୍ୟବର ଓଡିଶା ର ରାଜ୍ୟପାଳ ଶ୍ରୀ ଗଣେଶ ଲାଳ ଭିଡିଓ ମାଧ୍ୟମରେ ବାର୍ତା ପଠେଇଥିଲେ ! ଉକ୍ତ ଭରଚୁଆଲ ବୈଠକ ରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କଳାରୁଦ୍ର ଯୁବକ ସଂଘ, ହଜାରୀପଡା ସମେତ ରାଜ୍ୟ ର କୋଣ ଅନୁକୋଣରଥିବା ଅଧିକାଂଶ ସଂଘ ଯୋଡିତ ହୋଇଥିଲେ !

Comments
Loading...