କୁଜଙ୍ଗ ବ୍ଲକ ପଣ୍ଡୁଆ ପଂଚାୟତର ଆଲୁଖୋଲଙ୍ଗ ଗ୍ରାମର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ୭ ଦିନିଆ ସଟଡାଉନ ଘୋଷଣା ହେଇଛି

ଜଗତସିଂହପୁର (କୋଶଲ ନ୍ୟୁଜ) କରୋନା ଆକ୍ରାନ୍ତରେ ରୋଗୀଙ୍କର ମୃତ୍ୟୁ ସଂଖ୍ୟା ଜଗତସିଂହପୁର ଜିଲ୍ଳାରେ ଦିନକୁ ଦିନ ବଢ଼ିବାରେ ଲାଗିଛି. ଗତ 3ଦିନ ମଧ୍ୟରେ କୁଜଙ୍ଗ ବ୍ଲକ ପଣ୍ଡୁଆ ପଂଚାୟତର ଆଲୁଖୋଲଙ୍ଗ ଗ୍ରାମରେ 120 ଜଣ କରୋନା ପଜିଟିଭ୍ ବାହାରିଥିବାବେଳେ କରୋନାରେ 4ଜଣଙ୍କ ଜୀବନ ଯାଇଛି. ସେଠାକାର ଲୋକେ ଭୟବିତ୍ତ ଅବସ୍ଥାରେ ରହୁଛନ୍ତି.ଉକ୍ତ ପଂଚାୟତକୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ 7ଦିନିଆ ସଟଡାଉନ ଘୋଷଣା ହେଇଛି.କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ପାରାଦ୍ୱୀପର ବିଧାୟକ ଶ୍ରୀ ସମ୍ବିତ ରାଉତରାୟଙ୍କ ନିର୍ଦେଶ କ୍ରମେ ଅଗ୍ରଣୀ ସ୍ବେଛାସେବୀ “ପରିବର୍ତ୍ତନ ଯୋଦ୍ଧା “ଙ୍କ ଉଦ୍ୟମରେ ଗ୍ରାମକୁ ସାନିଟାଈଜ଼ କରାଯାଇଛି ||

Comments
Loading...